ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା, ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ

ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଅଚାନକ ରଣପୁର ଗସ୍ତ କରିଛନ୍ତି। ରଣପୁର ବ୍ଲକର ଗୋପାଳପୁର ପଂଚାୟତ ରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଆଜି 11ଟା ସମୟ ରେ ସମୀକ୍ଷା କରିଛନ୍ତି ।ଗୋପାଳପୁର ପଞ୍ଚାୟତ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଏହାର ସମୀକ୍ଷା କରିଥିଲେ । ଏଥି ସହିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ଗୋପାଳପୁରରେ ଥିବା ୫-ଟି ହାଇସ୍କୁଲ ପରିସରରେ ଥିବା ସାଇନ୍‌ସ ଲାବୋରଟୋରି,ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବର ପରିଦର୍ଶନ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପାଠ ପଢ଼ାଇଥିଲେ । ଏଥି ସହିତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ତମ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗୋପାଳପୁରରେ ଥିବା ଅଙ୍ଗୱାଡ଼ି କେନ୍ଦ୍ର, ମୁଗଡ଼ାଲି ପ୍ୟାକିଙ୍ଗ ସେଣ୍ଟର ବୁଲି ଦେଖିଥିଲେ । ଏଥି ସହିତ ସ୍ଵୟଂ ସହାୟକ ମହିଳା ମାନଙ୍କ ସହ ଆଲୋଚନା କରି ଅଧୀକ ସ୍ଵାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ସ୍ଥାନୀୟ ବିଡ଼ିଓ ସୁଧୀର କୁମାର ନାୟକ, ସହକାରୀ ଯନ୍ତ୍ରୀ ଶଶି ରେଖା ଜେନା, ଜ୍ଞାନେନ୍ଦ୍ର ପାଢ଼ି, ଯନ୍ତ୍ରୀ ଦିଲ୍ଲୀପ ଉଦ୍ଦିନଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

You might also like