ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭାରତରତ୍ନ ଡ.ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକ ପାଳିତ

ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ,ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁଆଜି 10ଘଟିକା ସମୟ ରେ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ,ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ,ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଏବଂ ଧନେଶ୍ୱର ସେଠୀ ପ୍ରମୁଖ ଯୋଗଦାନ କରି ଡ.କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ ଶିକ୍ଷକସଂଘ ନେତା ବଟକୃଷ୍ଣ ମିଶ୍ର, ଶେଖ ଅବଦୁଲ ଖାଲିକ,ବିପିନ ବିହାରୀ ଦାସ, ଲକ୍ଷ୍ମୀଧର ସାହୁ,ପୀତବାସ ପ୍ରଧାନ,ସୁରେଶ ଚନ୍ଦ୍ର ସେଠି,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଉଷାମଣି ମିଶ୍ର,ରବିନ୍ଦ୍ର କୁମାର ସାହୁ,ସନ୍ତୋଷ ପ୍ରଧାନ,ସଲିମ ଇବ୍ରାହୀମ, ଚିତ୍ତରଂଜନ ଦାଶ ଏବଂ ଅଫିସ ମୁଖ୍ୟ ସହକାରୀ ମାନସ ସେଠି, ଶୋଭେସ ଶୁକ୍ଳା ପ୍ରମୁଖ ଯୋଗଦାନ କରି ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

You might also like