ନୟାଗଡ଼ ସଦର ମହକୁମାରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ,ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର,ତହସିଲଦାର ରାଜେସ କେଶରୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ମୋଟ ୬୩ ଗୋଟି ମାମଲା ଗ୍ରହଣ କରାଯାଇଥିବା ବେଳେ ବ୍ୟକ୍ତିଗତ ୫୪ ଟି ମାମଲା ରହିଥିଲା । ଗ୍ରାମ୍ୟ ମାମଲା ଦୁଇ ଗୋଟି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭ ଗୋଟି ମାମଲା ରହିଥିଲା । ତୁରନ୍ତ ଆଠଗୋଟି ମାମଲାର ସମାଧାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।