ଜିଲ୍ଲାବ୍ୟାପି ସାର କଳାବଜାରୀ ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ଧାରଣା

ସୂଚନା ଅନୁଯାୟୀ ଆଜି 3ଘଟିକା ସମୟ ରେଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ର ଧାରଣା
ନୟାଗଡ ଜିଲ୍ଲାର ଲକ୍ଷାଧିକ ଚାଷୀକୂଳଙ୍କୁ ଧାନ ରୋଇବାର ୨୧ ଦିନ ଭିତରେ ବିଜେପି ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଥିବାର ସୁଯୋଗ ନେଇ ଘରୋଇ ସାର ବିତରକ ସଂସ୍ଥା ମାନେ ସାର ଅଭାବୀ ବିକ୍ରି ଆଳରେ ମାତ୍ରାଧିକ କଳାବଜାରୀ କରି ୟୁରିଆ ବସ୍ତା ପ୍ରତି ୯00 ଟଙ୍କାରେ ଖୋଲା ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି, ଏଥିପାଇଁ ନୟାଗଡ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନୟାଗଡ ବିଧାୟକ ପ୍ରାର୍ଥୀ କହିଛନ୍ତି l ଜିଲ୍ଲାରେ ଗତ ଅଗଷ୍ଟ ମାସରେ କେପିଆର ସୁପର ସାର ଯାହାର ଗୁଣବତ୍ତା ନମୁନା ପରୀକ୍ଷାରେ ଫେଲ ହୋଇ ତାହାର ବିକ୍ରି ନିଷିଦ୍ଧ ହୋଇଛି ସେହି ନକଲି ସାର ନୟାଗଡ ଜିଲ୍ଲାରେ ୨000 ମେଟ୍ରିକଟନ ଚାଷୀଙ୍କୁ ଚଢା ଦରରେ ବିକ୍ରି କରାଯାଇ ବିଶ୍ୱାସଘାତ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଂଯୋଜକ ସତ୍ୟବ୍ରତ ନାୟକ କହିଛନ୍ତି l

ଗତ କାଲି ନୟାଗଡ କଂଗ୍ରେସ ପକ୍ଷରୁ ସାର କଳାବଜାରୀ ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ଚାଷୀ ଆନ୍ଦୋଳନ କରାଯିବା ପାଇଁ ଲିଖିତ ଅଭିଯୋଗ କରାଯିବା ପରେ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସାର ଯୋଗାଣ ଉପରେ ରିଭି୍ୟୁ ବୈଠକ ଥିଲା, କଂଗ୍ରେସ ଦଳ କର୍ମୀ ମାନେ ସାର ଅଭାବୀ ବିକ୍ରି ର ଜବାବ ମାଗିବା ପାଇଁ ବହୁ ସଂଖ୍ୟାରେ ଉପସ୍ଥିତ ଥିବାର ଦେଖି ରିଭି୍ୟୁ ବୈଠକ ସ୍ଥାନ ପରିବର୍ତନ କରାଯାଇ ଥିଲା l ଜିଲ୍ଲାପାଳ ଅଫିସ ଆସି ନଥିଲେ l ସରକାରୀ ହିସାବ ଅନୁସାରେ ଜିଲ୍ଲାରେ 154 ସମବାୟ ସମିତି ମଧ୍ୟରୁ ୯୬ ସୋସାଇଟି ଅଦ୍ୟାବଧି ୧୭00 ମେଟ୍ରିକଟନ ସାର ଚାଷୀଙ୍କୁ ବିକ୍ରି କରିଥିବାର କାଗଜ ପ୍ରସ୍ତୁତି କରିଥିବା ବେଲେ ଘରୋଇ ବିତରକ ମାନେ ୪୬00 ମେଟ୍ରିକଟନ ସାର ଉଠାଇ ସାରିଲେଣି କିନ୍ତୁ ଜିଲ୍ଲାରେ ଚାଷୀ ସାର ପାଉ ନାହାଁନ୍ତି କିପରି ବୋଲି କଂଗ୍ରେସ ଅଭିଯୋଗ କରିଛି l ଜିଲ୍ଲପାଳ ଙ୍କ ଅଜାଣତ ରେ ସାର ବ୍ୟାପକ କଳାବଜାରୀ ହେଉଥିବା ସ୍ପଷ୍ଟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଓଡଗାଁ ନୟାଗଡ ଇଟାମାଟି ଅଞ୍ଚଳ ର ନାମୀଦାମୀ ସାର ହୋଲସେଲର ଏବଂ ସେମାନଙ୍କ ଅଧିକୃତ ବିତରକ ମାନେ ସାର କଳାବଜାରୀ ରେ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଛି l ମାର୍କଫେଡ଼ ମଧ୍ୟ ସାର ସୁଷମ ବଣ୍ଟନ କରିପାରୁ ନାହିଁ ତେଣୁ ସାର ପାଇଁ ଜିଲ୍ଲାରେ ହାହାକାର ପଡିଛି l
ଆଜି ନୟାଗଡ ବ୍ଲକ ବାଉଁସିଆପଡା ସମବାୟ ସମିତି ରେ ସର୍ବମୋଟ ୧୪00 ଚାଷୀ ଥିବାବେଳେ ସୋସାଇଟି ପକ୍ଷରୁ ମାତ୍ର ୧୫0 ବସ୍ତା ସାର ନେଇ ବିକ୍ରି କରୁଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା l
ଏହି କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଶାନ୍ତ, ଅଶୋକ କୁମାର ନାୟକ, ଧିରେନ କୁମାର ଦାସ ପ୍ରମୁଖ ଶତାଧିକ ଚାଷୀ ଯୁବଛାତ୍ର କଂଗ୍ରେସ କର୍ମୀ ଯୋଗଦେଇ ଥିଲେ l

You might also like