ଜିଲ୍ଲାରେ ୨୯ ଶହ ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ଦାନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୟାଗଡ଼ ଜିଲ୍ଲାରେ ମୋଟ ୩୩୦ଟି ସ୍ଥାନରେ ସେଲଟର ବ୍ୟବସ୍ଥା କରାଯାଇଥିବାବେଳେ ଏହା ମଧ୍ୟରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଗୁରୁତ୍ଵ ଦିଆଯାଇଛି । ଜିଲ୍ଲା ପ୍ରଶାସନ, ତହସିଲ କର୍ତ୍ତୁପକ୍ଷ, ବ୍ଲକ ପ୍ରଶାସନ, ପୁଲିସ ଏବଂ ପଞ୍ଚାୟତ ସମସ୍ତେ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛନ୍ତି ।

ନୟାଗଡ଼ ଜିଲ୍ଲାରେ ବିପଦ ଶଙ୍କୁଳ ଅବସ୍ଥାରେ ଅବସ୍ଥାନ କରୁଥିବା ୬୯୨୦ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଗୁରୁବାର ଅପରାହ୍ନ ସୁଦ୍ଧା ୨୮୯୫ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଭାପୁର ବ୍ଲକରେ ୩୬୩ ଜଣ ବ୍ୟକ୍ତି ଓ ୧୧୨ ଜଣ ଶିଶୁ,ଦଶପଲ୍ଲାରେ ୩୦ ଜଣ ,ଗଣିଆ ରେ ୩୩ ଜଣ ,ଖଣ୍ଡପଡ଼ାରେ ୨୩୩ ଜଣ,ନୟାଗଡ଼ରେ ୭୫ ଜଣ ନୂଆଗାଁରେ ୧୫ଜଣ, ଓଡ଼ଗାଁ ରେ ୨୮୦ ଜଣ,ରଣପୁର ବ୍ଲକରେ ୧୭୬୪ ଜଣଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଇଛି । ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

You might also like