ଜିଲ୍ଲାସ୍ତରୀୟ ୭ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ

କେନ୍ଦ୍ର ସରକାର ଙ୍କ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ୭ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ସାରା ରାଜ୍ୟରେ ପାଳନ ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୩ଘଟିକା ସମୟରେ ନୟାଗଡ଼ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଙ୍କ ପୌରହିତ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ରେ ପାଳିତ ହୋଇଯାଇଛି । ଏହି ବୈଠକ ରେ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପୁଷ୍ପାନିକିମା ଲାକ୍ରା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସ୍ଵାଗତିକା ପତି,ବ୍ଲକ ଶିକ୍ଷା ଅଧିକାରୀ, ନୟାଗଡ଼ ଶ୍ରୀ ନିମାଇଁ ଚରଣ ପ୍ରଧାନ ପ୍ରଭୃତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ବିଷୟରେ ପୂଙ୍ଖାନୁପୂଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର ସ୍ଵାଗତ ଭାଷଣ ସହ ସୁପରଭାଇଜର ,ମଣ୍ଡଳ ସଂଯୋଜକ ପୋଷଣ , ମମତା କାର୍ଯ୍ୟକ୍ରମ ସହାୟକ,ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଭିନ୍ନ ଶିଶୁ ବିଭାଗ ପ୍ରକଳ୍ପରୁ ଆସିଥିବା ଅଙ୍ଗନାବାଡି କର୍ମୀମାନେ ଶ୍ରୀଅନ୍ନରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ କୁ ଉପସ୍ଥିତ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରଦର୍ଶିତ କରିଥିଲେ ।

You might also like