Skip to content

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ଵଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡିଆ ପରିସରରେ ପାଣି ବୋତାଲ, ଜରି ଗଛର ଜାଳ ପତ୍ର ପଢ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା ।ଏହିପଡ଼ିଆରେ ଖେଳ ପ୍ରେମୀ ମାନେ ପ୍ରତିଦିନ ଖେଳ କୁଦ କରିଥାନ୍ତି । ନୟାଗଡ଼ର ସଚେତନ ବୃଦ୍ଧି ଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି । କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ ଜିଲ୍ଲା ଆଇନ ସଚେତନା କର୍ମୀମାନେ ହାତରେ ଝାଡୁ ଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି ।

ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ସଚେତନା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି ,ସନ୍ଧ୍ୟାରାଣୀ ବେହେରା, ବେବି ବେହେରା, ପ୍ରକାଶ ଦଳେଇ, ଉମାକାନ୍ତ ବାଇ, ମୋନାଲିସା ପରିଡ଼ା, କୀର୍ତି ଓରୀନା ବାଳା ପ୍ରଧାନ,ମାମାଲି ଓ ଜୟନ୍ତୀ ପ୍ରମୁଖଙ୍କ ସହିତ ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଏବଂ ଅନ୍ୟାନ୍ୟ କର୍ମୀମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଉତ୍ସାହିତ କରିଥିଲେ ।

Ad 1