ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସେବା ଅନୁଷ୍ଠାନ ପରିସର ରେ ବିଶ୍ୱ ମାନସିକ ଦିବସ ପାଳିତ

ଜିଲ୍ଲା ଓ ଦୌରାଜଜ ତଥା ଅଧକ୍ଷ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରlଧିକରଣଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛ ଖଣ୍ଡ ଙ୍କ ତତ୍ୱାବଧାନ ରେ ସେବା ଅନୁଷ୍ଠାନ ନୟାଗଡ଼ ଠାରେ ବିଶ୍ୱ ମାନସିକ ଦିବସ 11ଘଟିକା ରେ ପାଳିତ ହୋଇଛି, ପ୍ରlଧିକରଣ ର ସଚିବ ତଥା ବରିଷ୍ଠ ବର୍ଗ ବିଚାର ପତି ଅଞ୍ଜଳି ମଛ ଖଣ୍ଡ ଙ୍କ ତତ୍ୱାବଧାନ ରେ ମାନସିକ ଅବସାଦ ଗ୍ରସ୍ତ ଅନ୍ତେବାସୀ ମାନଂକର ଏକ ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା,

ପରେ ଅନ୍ତେବାସୀ ମାନଙ୍କୁ ନେଇ ଆଇନଗତ ସହାୟତା ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ତେବାସୀଙ୍କ ସ୍ୱାଗତ ସଂଗୀତ ସହିତ ସେବା ଅନୁଷ୍ଠାନ ର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଅତିଥି ସମ୍ବର୍ଦ୍ଧନା କରିଥିଲେ, ଆଇନଜୀବୀରଣଜିତ ଦାସ ସେବା ଅନୁଷ୍ଠାନ ର ସେବା ମନୋବୃତି, ଏବଂ ସୋହମ ର ସମ୍ପାଦକ କାମାକ୍ଷା ପ୍ରସାଦ ଦାସ ଅନ୍ତେବାସୀ ମାନଙ୍କ ର ମାନସିକ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ,

ପ୍ରlଧିକରଣ ସଚିବ ଅଞ୍ଜଳି ମଛ ଖଣ୍ଡ ମାନସିକ ଅବସାଦ ଗ୍ରସ୍ତ ମାନଙ୍କ ର ଜୀବନ ଶୈଳୀ, ପୋସ୍କୋ, ପୋସ ଏବଂ ମାନସିକ ଅବସାଦ ଗ୍ରସ୍ତ ମାନେ ଯୌନ ଶୋଷଣ ର କିପରି ଅଭି ବ୍ୟକ୍ତ କରିପାରିବେ ତାହା ବର୍ଣନା କରିଥିଲେ, ଅଧକ୍ଷ ବୈକୁଣ୍ଠନାଥ ମହାପାତ୍ର ସେବା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଦର୍ଶାଇ ଥିଲେ, ଅନ୍ତେବାସିଙ୍କ ସହ ଦୃଷ୍ଟି ବାଧିତ ଶୁଭଶ୍ରୀ, ଲିଟନ ସୁନ୍ଦରା, ଓ ଅଧ୍ୟାପକ ଅଜିତ କୁମାର ସୁବୁଦ୍ଧି ଙ୍କ ସଂଗୀତ ଖୁସି ର ମାହୋଲ ସୃଷ୍ଟି କରିଥିବା ବେଳେ ମନୋମୁଗ୍ଧ କର ହୋଇଥିଲା,

ସଦସ୍ୟ ମହମଦ ଓମର ମଲ୍ଲିକ ମାନସିକ ଗ୍ରସ୍ତ ଙ୍କୁ ସେବା, ଓ ସହାୟତା ଯୋଗାଇବା ଆମର ପରମ କର୍ତ୍ତବ୍ୟ ବୋଲି ବର୍ଣନା କରିଥିଲେ, ସେବା ର ଅନ୍ତେବାସୀ, ପ୍ରଶିକ୍ଷକ, ଗ୍ରାମ୍ୟ ସହାୟତା, ପ୍ରାଧିକରଣ କର୍ମଚାରୀପ୍ରମିଳା ମଲ୍ଲିକ, ଓ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ, ପରିଶେଷରେ ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ମାନସିକ ଗ୍ରସ୍ତ କୁ ସାହାଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀ, ପୋଲିସ କର୍ମଚାରୀ, ଓ ଆଇନଜୀବୀ ମାନଙ୍କୁ ସଚେତନତା କରିବା ଆବଶ୍ୟକ ବୋଲି ମତ ପୋଷଣ କରି ଧନ୍ୟବାଦ ଅର୍ପଣ କରି ଥିଲେ,

You might also like