ସୂଚନା ଅନୁସାରେ ଆଜି 11ଘଟିକା ରୁ ଆରମ୍ଭ ହୋଇ, 3ଘଟିକା ସମୟ ପର୍ଯ୍ୟନ୍ତ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛ ଖଣ୍ଡ ଙ୍କ ସଭାପତିତ୍ବ ରେ କିନ୍ନର ମାନଙ୍କ ପାଇଁ ଆଇନ ସଚେତନତା ଶିବିର ସେବା ଅନୁଷ୍ଠାନ ପରିସର ରେ ଅନୁଷ୍ଠିତ ହୋଇଛି,ସେବା ଅନୁଷ୍ଠାନ ର ସମ୍ପାଦକ ସଂଜୟ ସୁବୁଦ୍ଧି ଅତିଥି ସ୍ୱାଗତ ସହିତ ପରିଚୟ ପ୍ରଦାନ କରିଥିଲେ, ସଚିବ ଅଞ୍ଜଳି ମଛଖଣ୍ଡ କିନ୍ନର ମାନଙ୍କ ପାଇଁ ଆଇନ ରେ ଥିବା ଅଧିକାର, କର୍ତ୍ତବ୍ୟ, ଵିଧି ବ୍ୟବସ୍ତା ବିଷୟ ରେ ଶିବିରଆର୍ଥି ମାନଂକୁ ଅବଗତ କରାଇ ଥିଲେ, କିନ୍ନର ମାନେ ସରକାରଙ୍କ ବିଭିର୍ନ ପଦବି ରେ ରହି ବିଭିର୍ନ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ଏମାନେ ସମାଜ ରେ ଅବହେଳିତ ନୁହନ୍ତି,

ଉପସ୍ଥିତ କିନ୍ନର ମାନେ ନିଜେ ନିଜ ର ମତ ପ୍ରକାଶ କରିବା ସହିତ ଏହି କାର୍ଯ୍ୟକ୍ରମ ରେ ଅନୁ ପ୍ରାଣିତ ହୋଇ ସମାଜ ପାଇଁ ତଥା ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ପ୍ରତିଶୃତି ଦେଇ ଥିଲେ, ଅନ୍ୟ ମାନଙ୍କ ମଧ୍ୟ ରେ ସଂମ୍ମାନିତ ଅତିଥି ପୌରା ଅଧକ୍ଷା ନିରୁପମା ଖଟେଇ, ସରକାରୀ ଅଧିବକ୍ତା ଦଣ୍ଡ ପାଣି ସ୍ୱାଇଁ, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଅଧିବକ୍ତା କାମାକ୍ଷା ପ୍ରସାଦ ଦାସ, ଓ ଅମନ ମିଶ୍ର,ଆଦି ବକ୍ତବ୍ୟ ରଖିଥିଲେ, ଉକ୍ତ ଶିବିର କୁ ସଫଳ କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଇନ ଅଧିକାରମିତ୍ର ପ୍ରଫୁଲ କୁମାର ବେହେରା,, ମମତା ବେହେରା, ଜୀନୁ ସାହୁ, ଶୁଭସ୍ମିତା ମିଶ୍ର, ପ୍ରମୋଦ ମହାନ୍ତି, ପ୍ରlଧିକରଣ କର୍ମଚାରୀ ପବନ କୁମାର ବେହେରା,ଗଗନ ବିହାରୀ ନାୟକ, ରାଜେଶ କୁମାର ବାରିକ, ଏବଂ ମା ଦକ୍ଷିଣ କାଳୀ କିନ୍ନର ସଙ୍ଘ ର ସଭାପତି ଆନନ୍ଦ ନାୟକ ସହଯୋଗ କରିଥିଲେ