Skip to content

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାଣିପୋଇଲା ନୟାଗଡ଼ କଳାପରିଷଦ ଅନୁଷ୍ଠାନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ ଅଞ୍ଜଳି ମଛଖଣ୍ଡ ପ୍ରତକ୍ଷ ତତ୍ୱାବଧାନ ରେ ନୟାଗଡ଼ କଳା ପରିଷଦଏବଂ ପ୍ରାଧିକରଣ ଙ୍କ ମିଳିତ ସହଯୋଗ ରେ ପାଣି ପୋଇଲା ସ୍ଥିତ ନୟାଗଡ଼ କଳା ପରିଷଦ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ସମ୍ପାଦିକା ପ୍ରଭାସିନି ନନ୍ଦ ଙ୍କ ସଭାପତିତ୍ବ ରେଆଜି 9ଘଟିକା ସମୟ ରେ ବିଶ୍ୱ ପରିବେଶ ଦିବସ -2025ପାଳିତ ହୋଇଛି, ଉକ୍ତ ଶିବିର କୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଲକ୍ଷ, ଉଦେଶ୍ୟ ସମ୍ବନ୍ଧ ରେ ସମବେତ ଅନ୍ତେବାସୀ ଓ ଜନ ସାଧାରଣ ଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ, ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ,

ସଭିଏଁ ଆସନ୍ତୁ ଗଛ ଲଗାଇବା, ଓ ପରିବେଶ କୁ ସୁରକ୍ଷିତ ରଖିବା ପରିବେଶ କୁ ସୁରକ୍ଷିତ ରଖିବାକୁ ଆଇନ ରେ ଥିବା ବିଭିର୍ନ ଦିଗ ଉପରେ ଆଲୋକ ପାତ କରିଥିଲେ, ଅନ୍ୟତମ ଅତିଥି ଭାବେ ଏସିଏଫ ହିମାଂଶୁ ଶେଖର ମୁଦୁଲି, ଏସିଏଫ ସତ୍ୟ ଜିତ କର, ଖେଡପଡା ବନପାଳ, ଜ୍ୟୋତ୍ରିମୟୀ ସାମନ୍ତରାୟ, ସ୍ଵେଛାସେବୀ ଅ ମନ ମିଶ୍ର ପ୍ରlଧିକରଣ ସଦସ୍ୟା କ୍ଷଣପ୍ରଭା କର, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ, ଏହି ଦିବସ ରେ ଅନୁଷ୍ଠାନ ତରଫରୁ ଅତିଥିମାଙ୍କୁ ନେଇ ନୟାଗଡ଼ କଳା ପରିଷଦ ପରିସର ରେ ବୃକ୍ଷରୋପଣ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଅଧିକାର ମିତ୍ର, ପ୍ରାଧିକରଣ କର୍ମଚାରୀ ଏବଂ କଳାପରିଷଦ ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ସୂଚନା ମିଳିଛି

Ad 1