ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ କ୍ରମେ ତଥା ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ୱାବଧାନ ରେ ନୟାଗଡ଼ କୋଟ ପରିସର ରେ ଆଜି 9ଘଟିକା ସମୟ ରେଚଳିତ ବନ ମହୋତ୍ସବ ପାଳିତ ହୋଇଛି,କୋଟ କର୍ମଚାରୀ, ଅଧିକାର ମିତ୍ର, ଆଇନସେବା ପ୍ରାଧିକରଣ କର୍ମଚାରୀ ମାନଙ୍କୁ ନେଇ ପାଳିତ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ବ କରିଥିଲେ,

ବିଭିର୍ନ କିସମ ର ବୃକ୍ଷ ରୋପଣ କରାଯାଇଥିବା ବେଳେ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ବଂଚିବା ଅସମ୍ଭବ,, ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିବା ସହିତ ପଥ ପ୍ରାନ୍ତ ବାଟୋଇ କୁ ଛାଇ ପ୍ରଦାନ କରିଥାଏ ବୋଲି ସଚେତନ କରି ସମସ୍ତେ ନିଜ ବାଡି ତଥା ଖାଲି ପଡ଼ିଥିବା ରାସ୍ତା ପାର୍ଶ୍ଵ ରେ ଗଛ ଟିଏ ଲଗାଇବାକୁ ଅନୁରୋଧ କରିଥିଲେ,

ନିଜ ନିଜ ଜନ୍ମ ଦିବସ ରେ ତଥା ପରିବାର ସଦସ୍ୟ ଙ୍କ ଜନ୍ମ ଦିବସ ରେ ଗୋଟିଏ ଗଛ ଲଗାଇ ପରିବେଶ କୁ ସୁସ୍ଥ ରଖିବାକୁ ସେ ସମବେତ କୋଟ ସଦସ୍ୟ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରି ଙ୍କୁ ଅନୁରୋଧ କରିଥିଲେ, ସମସ୍ତ ବିଚାର ବିଭାଗୀୟ ବିଚାରପତି, ଏଥିରେ ସାମିଲ ହୋଇଥିଲେ, ଆଇନ ସେବା ପ୍ରାଧିକରଣ ବନ ମହୋତ୍ସବ ପାଳନ ଜୁଲାଇ 1ତାରିଖ ରୁ ଆରମ୍ଭ କରି 7ତାରିଖ ପର୍ଯ୍ୟନ୍ତ ବିଭିର୍ନ ଅନୁଷ୍ଠାନ ର ସହଯୋଗ ରେ ପାଳନ ହେବବୋଲି ସଚିବ ଅଞ୍ଜଳି ମଛଖଣ୍ଡ ସୂଚନା ଦେଇ ଛନ୍ତି
