Skip to content

ଜିଲ୍ଲା ଉର୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ ଦିଶା ଜିଲାପରିଷଦସୃଜନ କକ୍ଷ ରେ ଅନୁଷ୍ଠିତ

ଜିଲାପରିଷଦସୃଜନ ସମ୍ମିଳନୀ କକ୍ଷ ରେ ମାନ୍ୟବର ସାଂସଦ କଟକ ଡ଼ଃ ଭର୍ତ୍ତୃହରି ମହତାବ ଙ୍କ ଅଧକ୍ଷତା ରେଜିଲ୍ଲା ଉର୍ଣ୍ଣୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକ ରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ ଜିଲାପରିଷଦଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମାନ୍ୟବର ବାଚସ୍ପତି ଙ୍କ ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଇଂ ଅଭିଷେକ ସାମନ୍ତ ରାୟ, ପ୍ରମୁଖ ଯୋଗ ଦେଇ ଥିଲେ, ସଂମ୍ମାନନିୟ ଜିଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ସ୍ୱାଗତ ଭାଷଣ ରଖିଥିଲେ, ଏହାପରେ ମାନ୍ୟବର ସାଂସଦ ତାଙ୍କ ବକ୍ତବ୍ୟ ରଖିଥିଲେ, ସେ କହିଲେ ଯେ ବେଟି ବଚାଓ ବେଟି ପଢ଼ାଓ ସଫଳତା ର ସହିତ ଭାରତ ବର୍ଷ ର ଅନେକ ଜାଗା ରେ ଚାଲିଛି ଆମ ନୟାଗଡ଼ ଜିଲ୍ଲାପୂର୍ବ ତୁଳନା ରେ କିଛି ମାତ୍ରା ରେ ସଫଳତା ଲାଭ କରିଛି, କନ୍ୟା ସନ୍ତାନ ସୁରକ୍ଷା, ଶିକ୍ଷା ଓ ପୁତ୍ର ସନ୍ତାନତୁଳନା ରେ କନ୍ୟାସନ୍ତାନ ଙ୍କ ସଂଖ୍ୟା ବୃଦ୍ଧି କରିବା ବିଷୟ ରେ ଆଲୋଚନା କରିଥଲେ,

ଆଲୋଚନା ପ୍ରାରମ୍ଭ ରେ ତା-03.10.2024ରିଖ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ବାକି ଥିବା ବିଷୟ ଯଥା କ୍ରମେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ବିଷୟ ରେ ସମ୍ପୃକ୍ତ ଅଧିକାରୀଙ୍କ ସହଆଲୋଚନା କରାଯାଇଥିଲା, ଆଜି କାର୍ୟସୂଚୀ ଅନୁସାରେ ତିନୋଟି ବିଷୟ ରେ ଆଲୋଚନା କରାଯାଇଥିଲା, ଗ୍ରାମୀଣ ପାନୀୟ ଜଳ, ଯୋଗାଣ ଓ ପରିମଳ, ବେଟି ବଚାଓ ବେଟି ପଢ଼ାଓ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଗୃହ ଯୋଜନା ଉପରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା, ଏହି କାର୍ଯ୍ୟକ୍ରମ ଜିଲାପରିଷଦସଦସ୍ୟ, ବିଭିର୍ନ ବିଭାଗୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ, ମଂଚାସୀନ ଅତିଥିମାନଂକୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ପରେ ସଭାସାଙ୍ଗ କରାଯାଇଥିଲା

Ad 1