ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କୋଟ ପରିସର ରେ ନୀରବ ପ୍ରାର୍ଥନା

ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କୋଟ ପରିସର ରେ 11ଘଟିକା ସମୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନିରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀର ଆତଙ୍କୀ ହମଲା ରେ ୨୭ ମୃତାହତ ମାନଙ୍କ ଅମର ଆତ୍ମା ସଦଗତି କାମନା କରି ନୟାଗଡ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲl l ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ଜିଲ୍ଲା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ପୋକ୍ସ ଜଜ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ରୀଜା ରାୟ, ଡିଏଲଏସଏ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ,ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲି ସୁଚରିତା ଙ୍କ ସମେତ ସମସ୍ତ ବିଚାରପତି, ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର ଙ୍କ ସମେତ ସଙ୍ଘ ର ସମସ୍ତ ଆଇନଜୀବୀ, ମୋହରିର, କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହି ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

You might also like