ଜିଲ୍ଲା ପାଠାଗାର, ଅଧ୍ୟୟନ ନୟାଗଡ଼ ର ପ୍ରଥମ ପ୍ରତିଷ୍ଠା ଦିବସ ପୁରୁଣା ସହର ପାଠାଗାରଠାରେ ଅନୁଷ୍ଠିତ

ସୂଚନା ଅନୁସାରେ ଜିଲ୍ଲା ପାଠାଗାର ଅଧ୍ୟୟନ ନୟାଗଡ଼ ର ପ୍ରଥମ ପ୍ରତିଷ୍ଠା ଦିବସ ପୌର ପରିଷଦ ପକ୍ଷରୁପୁରୁଣା ସହର ସ୍ଥିତ ପାଠାଗାର ପରିସର ରେ ସନ୍ଧ୍ୟା 6ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ଏହିପ୍ରତିଷ୍ଠା ଦିବସ ଅବସର ରେମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ ଅରୁଣ କୁମାରସାହୁ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ରୂପେ ଅଧକ୍ଷା ପୌର ପରିଷଦଶ୍ରୀମତୀ ନିରୁପମା ଖଟେଇ, ପୌର ପରିଷଦ ଉପାଧକ୍ଷ ଗୁରୁ ପ୍ରସାଦ ଜେନା, ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ଅଶୋକ କୁମାର ନାୟକ, ଲେଖକ ତଥା କବି ଗୋଦାବରିଶ ମିଶ୍ର ଯୋଗ ଦେଇ ଥିଲେ, ତତ ସହିତ ଅତିଥି ଭାବେ ପୌର ପରିଷଦ ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ,ଏଥି ସହ ମୁଖ୍ୟ ଅତିଥି ତଥା ସମସ୍ତ ସଂମ୍ମାନିତ ଅତିଥି ପାଠକ ଓ ପାଠିକା ମାନଂକୁ ନେଇ ଉତ୍ସାହିତ କରିବା ସହ ଭବିଷ୍ୟତ ରେ ଅଧ୍ୟୟନ ପାଠାଗାର ର ଉର୍ନତି, ସରସ ସୁନ୍ଦର ଭାବେ ଏହାର ପରିଚାଳନା ଦାୟିତ୍ୱ ଓ ପାଠକ ପାଠିକା ମାନେ କିପରି ଏହାର ସୁ ବ୍ୟବହାର କରିପାରିବେ ତାହାକୁନେଇ ନିଜର ସୁବକ୍ତବ୍ୟ ପ୍ରଦାନ କରିଥିଲେ,

କବି ଗୋପୀନାଥ ସେଠି ମଞ୍ଚ ପରିଚାଳନା କରିଥିଲେ,ଏହି ଅବସର ରେ ସହକାରୀ ଜିଲାପାଳ ତଥା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ପୌର ପରିଷଦ ନୟାଗଡ଼ ଶ୍ରୀ ଯୁକ୍ତ ଅକ୍ଷୟ କୁମାରବେହେରା ଉପସ୍ଥିତ ଥିବା ବେଳେ, ପାଠକ ପାଠିକା ମାନେ ଉପସ୍ଥିତ ଥିବା ବେଳେ ପୌର ପରିଷଦ ର କର୍ମଚାରୀ ଉପସ୍ଥିତ ଥିଲେ, ପରିଶେଷରେ ପୌର ପରିଷଦ ପକ୍ଷରୁ ଧନ୍ୟ ବାଦ ଅର୍ପଣ କରାଯାଇଥିଲା

You might also like