Skip to content

ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଲୋକାର୍ପିତ

ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ଵଧାଦେବ ସିଂ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ଦକ୍ଷିଣ କାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତି ଚିତ୍ର ଦ୍ଵାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ପାଠାଗାର ନିର୍ମାଣ ପାଇଁ ୧କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନୟାଗଡ଼ ଟାଉନ ହଲ୍‌ କ ରୂପାନ୍ତରିତ କରାଯାଇ ପାଠାଗାର ନିର୍ମାଣ କରାଯାଇଛି । ପାଠାଗାରକୁ ପରିଚାଳନା ଓ ରକ୍ଷଣା ବେକ୍ଷଣ ପାଇଁ ପୌର ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଣେ ଲାଇବ୍ରେରୀଆନ୍‌ ସହ ପୌର ପରିଷଦ କିଛି କର୍ମଚାରୀ ଏହି ଦାୟିତ୍ଵରେ ରହିଛନ୍ତି ।

ଏହା ସହିତ ଗୋଟିଏ ମିଶନ ଶକ୍ତି ଗୋଷ୍ଠୀକୁ ଏହାର ଦାୟିତ୍ଵ ପ୍ରଦାନ କରାଯାଇଛି । ପାଠାଗାର ପରିବେଶକୁ ସ୍ଵଚ୍ଛ ରଖିବା ଏବଂ ସମସ୍ତ ଉପକରଣ ରକ୍ଷଣା ବେକ୍ଷଣ କରିବା ପାଇଁ ଏହି ଏସଏଜି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1