ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ, ବିଦ୍ୟୁତ କାଟ ସମୟରେ ପରିବର୍ତନ

ଆସନ୍ତା ରବିବାର ୫ ତାରିଖ ଦିନ ସକାଳ ୭ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲାର ଗ୍ରାମ ଠୁ ସହର ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ବିଦ୍ୟୁତ ବିଭାଗ ଘୋଷଣା କରିଥିଲା । ରବିବାର ଇଣ୍ଡିଆ ଓ ସାଉଥ ଆଫ୍ରିକା କ୍ରିକେଟ ମ୍ୟାଚ ଥିବାରୁ ବହୁ କ୍ରୀଡା ପ୍ରେମୀ ଏହାକୁ ନେଇ ଶୋସିଆଲ ମିଡ଼ିଆରେ ସମାଲୋଚନା କରିଥିଲେ ।

ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଦୃଷ୍ଟିକୁ ଏହା ଆସିବା ପରେ ବିଦ୍ୟୁତ୍‌ କାଟ ସମୟକୁ ପରିବର୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ଜଣା ଯାଇଛି ।

You might also like