ଜିଲ୍ଲା ପାଳ ଙ୍କ ଜନଶୁଣାଣୀ ଶିବିର ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ।
ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଖଣୂତପଡା ଏସଡିପିଓ ମଦନ ମୋହନ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ,ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଅଭିସାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ଶିବିରରେ ସର୍ବମୋଟ ୧୦୦ ଟି ଅଭିଯୋଗପତ୍ର ଗ୍ରହଣ କରା ଯାଇଥିଲା।ସେଥିମଧ୍ୟରୁ ୯୨ ଗୋଟି ବ୍ୟକ୍ତିଗତ,୪ଗୋଟି ଗ୍ରାମ୍ୟ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୪ଟି ଆବେଦନପତ୍ର ଗ୍ରହଣ କରା ଯାଇଥିବା ବ୍ଲକପ୍ରଶାସନ ସୂତ୍ରରୁ ଜଣାପଡିଛି।ବିଭିନ୍ନ ଅଭିଯୋଗ ମଧ୍ୟରେ ୨୮ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡିକ ତୁରନ୍ତ ସମାଧାନ ନିମନ୍ତେ ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେବାକୁ ଶ୍ରୀ ରାଉତ ନିର୍ଦ୍ଦେଶ ଦେଇଥିଲେ।ଶିବିର ପରିଚାଳନାରେ ବ୍ଲକର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।