ସୂଚନା ଅନୁଯାୟୀ ଆଜି 8ଘଟିକା ସମୟ ରେ ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ବ୍ଲକ ସଭାଗୃହ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି, ଏହି ଅବସର ରେ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ପରିସର ରୁ କର୍ମଚାରୀ, ରେଡକ୍ରସ ସଭ୍ୟ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ନେଇ ଏକ ଶୋଭା ଯାତ୍ରା ବ୍ଲକସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଏହି ଶୋଭା ଯାତ୍ରା କୁ ଡେପୁଟି କଲେକ୍ଟର ତପତି ରାଜ ପତକା ଦେଖାଇ ଉଦଘାଟନ କରିଥିଲେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସର ରେ ବ୍ଲକ ସଭାଗୃହ ଠାରେ ମୁଖ୍ୟ ଅତିଥି ରୂପେ, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ରୋଜିନା ଦାସ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ, ଅଗ୍ନି ସମ ବିଭାଗ ପକ୍ଷରୁ ଅଗ୍ନି ସମ ଅଧିକାରୀ, ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଉତ୍ତମ ସ୍ୱାସ୍ଥ୍ୟ ବିନା ଜୀବନ ର ମୂଲ୍ୟ କିଛି ନାହିଁ, ତେଣୁ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିତାନ୍ତ ଆବଶ୍ୟକ,

ଏହାକୁ ଲକ୍ଷ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏପ୍ରିଲ 7ତାରିଖ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରି ଆସୁଥିବା ବେଳେ ଏହା 1948ମସିହା ରୁ ପାଳନ କରାଯାଇ ଆସୁଛି, ଏହି ଦିନ ବିଭିର୍ନ ସରକାରୀ, ବେସରକାରୀ ସଂସ୍ଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯାନ ମାଧ୍ୟମ ରେ ଲୋକ ମାନଂକୁ କରିବା ସହ ସମାଜ କୁ ବାର୍ତା ପ୍ରେରଣ କରିଥାନ୍ତି ବୋଲି ବକ୍ତବ୍ୟ ମାଧ୍ୟମ ରେ ମଂଚାସୀନ ଅତିଥି ବକ୍ତବ୍ୟ ରଖିଥିଲେ,ଡେପୁଟି କଲେକ୍ଟର ତପତି ରାଜ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତଥିଲେ ପରି ଶେଷ ରେ ରେଡକ୍ରସ ପକ୍ଷରୁ ଧନ୍ୟ ବାଦ ଅର୍ପଣ କରାଯାଇଥିଲା