ଜିଲ୍ଲା ବାସି ଙ୍କ ବହୁ ଦିନ ର ପ୍ରତିକ୍ଷୀତ ସ୍ବପ୍ନ ନୟାଗଡ଼ ଜିଲ୍ଲା ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଞ୍ଚଳିକ ସ୍ୱାର୍ଥ ରୁ ଉର୍ଦ୍ଧ ରେ ରହି ନିରନ୍ତର ସମ୍ମିଳତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମତବ୍ୟକ୍ତ କରିଛନ୍ତି,ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଉତ୍ତମ ଅତ୍ୟଧୁନିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ସାଙ୍ଗ କୁ ଜିଲ୍ଲା ରେ ବିକାଶ ପଥ ରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇ ଯିବ ବୋଲି ଶ୍ରୀମତୀ ପାଢ଼ୀ ଏକ ସକରାତ୍ମକ ବାର୍ତ୍ତା ଦେଇ ଛନ୍ତି,
ଏହି ମର୍ମ ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ମାନ୍ୟବର ବାଚସ୍ପ୍ୱତୀ ତଥା ରଣପୁର ର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଙ୍କୁ କ୍ରିୟାନୁଷ୍ଠାନ କମିଟି ର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଆଇନ ଜୀବି ରଣଜିତ ଦାସ ଆଇନଜୀବି ଦିଲ୍ଲୀପ କୁମାର ନନ୍ଦ ପ୍ରମୁଖ ପ୍ରଦାନ କରିଛନ୍ତି, ଦାବି ସମ୍ପର୍କ ରେ ସମର୍ଥନ ଜଣାଇବା ସଂଗେ ସଂଗେ ଶ୍ରୀମତୀ ପାଢ଼ୀ ଏ ଦିଗ ରେ ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ