ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ବୁଲିବ କୌଶଳ ରଥ, ଅତିରିକ୍ତ ଜିଲାପାଳ କଲେ ଉଦଘାଟନ

ଶୁଭଆରମ୍ଭ ହେଲା କୌଶଳ ରଥ ପରିକ୍ରମା, ରାଜ୍ୟ ସରକାର ଙ୍କ ଦକ୍ଷତା ବିକାଶ, ଓ ବୈଶିକ ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରା ଯାଇଛି,ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ 9ଘଟିକା ସମୟ ରେ କୌଶଳ ରଥ ର ଶୁଭାରମ୍ଭ କରାଯାଇଛି,ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ କୌଶଳ ରଥ ର ଶୁଭାରମ୍ଭ କରିଛନ୍ତି,

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ, ଏହି ରଥ ନୟାଗଡ଼ ଜିଲ୍ଲା ରେ 8ଗୋଟି ବ୍ଲକ ପରିଭ୍ରମଣ କରିବ,

ଆଜି ଠାରୁ 8ତାରିଖ ପର୍ଯ୍ୟନ୍ତ ବିଭିର୍ନ ଶିକ୍ଷାନୁଷ୍ଠାନ ରେ ପହଂଚି ଛାତ୍ର ଛାତ୍ରୀ ମାନଂକୁ ଦକ୍ଷତା ବିକାଶ ଓ ବୈଶିକ ଜ୍ଞାନ ସମ୍ପର୍କ ରେ ସଚେତନ କରିବ, ଆଜି ର ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଏନଏସି ହାଇସ୍କୁଲ ଓ ଆଇଟି ଆଇ ଗାଇଡ଼ ଛାତ୍ର ଛାତ୍ରୀ ମାନଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଥିଲେ

You might also like