ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତ୍ତି

ନୟାଗଡ଼,୨୦/୯: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ଜିଲ୍ଲା ସଂଘ ସଦସ୍ୟ ମାନଙ୍କ ପାଇଁ ପରିଚୟ ପତ୍ର ତିଆରି କରିବା ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ,ଲୋକନାଥ ମିଶ୍ର,ପୁରୁଷୋତ୍ତମ ମହାପାତ୍ର,ଶିବରାମ ମହାପାତ୍ର,ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଭାସିନୀ ନନ୍ଦ, ଏମ. ଔରଙ୍ଗଜେବ,ସୁରେନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ସାହୁ,, ଜୟନ୍ଦ୍ର ବେହେରା,ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ,ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

You might also like