ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୯ତମ ସ୍ବାଧୀନତା ଦିବସ ପାଳିତ
ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜଗନ୍ନାଥ ମନ୍ଦିର ଠାରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଛି।ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀରେ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା।

ଏହି ଅବସରରେବରିଷ୍ଠ ସାମ୍ବାଦିକତଥା ପ୍ରଗତିବାଦୀ ର ଜିଲ୍ଲା ପ୍ରତିନିଧି ସୁବାସ ମହାପାତ୍ର,,ସାମ୍ବାଦିକ, ଗୋକୁଳ ଷଡ଼ଙ୍ଗୀ,, ବିକ୍ରମ ସ୍ୱାଇଁ,, ରଞ୍ଜନ ବେହେରା,, ବିଭୁତି ଭୂଷଣ ପଟ୍ଟନାୟକ,, ଜିତୁନ କୁମାର ମହାପାତ୍ର, ତଥା ପ୍ରମୁଖ ସାମ୍ବାଦିକ ବନ୍ଧୁ ସାମିଲ ହୋଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ ଆମ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ। ସେମାନଙ୍କ ନୀତି ଓ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।