Skip to content

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ପଠାଣି ସାମନ୍ତ ସଂସ୍କୃତି ଭବନ ରେ ଅନୁଷ୍ଠିତ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନୟାଗଡ଼ ପକ୍ଷରୁ ଆଜି ଦିନ ୧୧ ଘଟିକା ସମୟ ପଠାଣୀ ସାମନ୍ତ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆଶା ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମୀଳନୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତ କୁ ନେଇ ଆଲୋକପାତ କରିବା ସହିତ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ତତ୍‌ ସହିତ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଯୋଗଦେଇଥିଲେ । ଏବଂ ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ରମାକାନ୍ତ ପଣ୍ଡା ବକ୍ତବ୍ୟ ମାଧ୍ୟମରେ ଆଶା ମାନଙ୍କ ର ଓ ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସଫଳତା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ସହିତ ସୁବାଷ ଚନ୍ଦ୍ର ନାୟକ, ତାର ପ୍ରଶ୍ନ ତ୍ରିପାଠୀ ,, ନୌସାଦ ଅଲ୍ଲୀ ଖାଁ, ପୁଷ୍ପା ନୀଳିମା ଲାକ୍ରା, ସୀତାକାନ୍ତ ପଟ୍ଟନାୟକ, ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ପରିଶେଷରେ ଜିଲାରେ ସଫଳତା ଆଣିଥିବା ଆଶା ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇ । ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି । ନୟାଗଡ଼ ରୁ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1