ଆଜି ନୟାଗଡ଼ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିଡିଓ ହରିଚରଣ ରଥ, ସିଡିଭିଓ ଡ. ପ୍ରଶାନ୍ତ ମିଶ୍ର, ବୈଜ୍ଞାନିକ ଅନିଲ କୁମାର ସ୍ଵାଇଁ, ଭଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ମାନସୀ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲେ । କୃଷକ ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ମାନେ କିପରି ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା । କୃଷକ ମାନଙ୍କୁ କାଳିଆ ଯୋଜନା ସମେତ ବିଭିନ୍ନ ଯୋଜନାରେ ସବ୍ସିଡ୍ ପ୍ରଦାନ କରାଯାଇ ସ୍ଵାବଲମ୍ବି କରାଯାଉଛି । କୃଷକ ମାନଙ୍କର ଉନ୍ନତି କରଣ ଘଟିଲେ ରାଜ୍ୟର ବିକାଶ ହେବ ବୋଲି ମୁଖ୍ୟ ଅତିଥି ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରକାଶ କରିଥିଲେ ।
କୃଷି ହେଉଛି ଏକ ସାମଗ୍ରିକ ବିକାଶ । କୃଷି କ୍ଷେତ୍ର ଅଗ୍ରଣୀ ରହିଲେ ସାଧାରଣ ଜନତା ଏହାର ଉପକୃତ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।