ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ଯକ୍ଷତାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ତଥା ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ କର୍ଣ୍ଣଦେବ ସମାବ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତୀ ରାଜ୍, ଜିଲ୍ଲା ପ୍ରକଳ୍ପ ଅଧିକାରୀ(ଓସ୍ ଡ଼ମା) ଅଶୋକ ରଥ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ନୌସଦ୍ ଅଲ୍ଲୀ ଖାଁ ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆର୍ନ୍ତ ବିଭାଗୀୟ ସମନ୍ୱୟ ରକ୍ଷା କରି ପରିସ୍ଥିତକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଆମ ଜିଲ୍ଲାରେ ଆପଦ ମିତ୍ର, ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଭ୍ୟ,ପିଆରାଆଇ ମେମ୍ବର, ମିଶନ ଶକ୍ତିର ସଭ୍ୟା ଙ୍କୁ ନେଇ ବିପର୍ଯ୍ୟୟ ସମୟ ରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରଖଯାଇଛି । ଏମାନଙ୍କ ବ୍ୟତୀତ ବିଦ୍ୟାଳୟ ର ଶିକ୍ଷକ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ, ଆଶା କର୍ମୀଙ୍କୁ ବିପର୍ଯ୍ୟୟ ସମୟରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ବିଭାଗୀୟ ଜିଲ୍ଲା ପଦାଧିକାରୀ ମାନେ ନିର୍ଦ୍ଦେଶ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ରେ ଆମ ଜିଲ୍ଲା ର ସମସ୍ତ ବ୍ଲକ ରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏଥି ସହିତ ୧୮ ତାରିଖରେ ଜିଲ୍ଲା ସ୍ତରରେ ଦିବା ୧୧ଘଟିକା ଠାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ଏବଂ ବ୍ଲକ ସ୍ତରରେ ଅପରରାହ୍ନ ୩ଘଟିକା ଠାରୁ ୫ଘଟିକା ମଧ୍ୟରେ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ କରାଯିବ । ୧୯ ତାରିଖ ଆମ ଜିଲ୍ଲାରେ ଥିବା ୧୭ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ ଅଗ୍ନିଶମ ବିଭାଗ ଦ୍ଵାରା କରାଯିବା ପାଇଁ ସ୍ଥିର କରାଗଲା । ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରେ ବିଭିନ୍ନ ବିଭାଗ ଦ୍ଵାରା କିପରି ଉଦ୍ଧାର କାର୍ଯ୍ୟ କରିବେ ସେ ସଂପର୍କରେ ପିପିଟି ମାଧ୍ୟମରେ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସମାବ୍ଦାର ବିପର୍ଯ୍ୟୟରେ ସମସ୍ତ ଙ୍କର ମିଳିତ ସହଯୋଗ ରହିଲେ ଆମେ ଏହାର ମୁକାବିଲାରେ ସଫଳ ହେବା ବୋଲି ପ୍ରକାଶ କରିଥିଲେ ।
ସେ କହିଥିଲେ , ବିପର୍ଯ୍ୟୟର ସୂଚନା ପାଇଲା ପରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବୃଦ୍ଧ,ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କର ଏକ ତାଲିକା ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପ୍ରସ୍ତୁତ କରି ବାତ୍ୟା ଆଶ୍ରୟ ସ୍ଥଳି କୁ ସ୍ଥାନାନ୍ତର କରାଇବେ । ଏହାପରେ ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ଚିକିତ୍ସା , ଅଗ୍ନିଶମ, ଉଦ୍ୟାନ କୃଷି,ମତ୍ସ୍ୟ, ଖାଦ୍ୟ ଯୋଗାଣ, ପରିବହନ, ଜଙ୍ଗଲ ଆଦି ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ହାମସର ସଂପାଦକ ବିଜୟ ମହାପାତ୍ର , ଦହିଖାଇ ଯୁବକ ସଂଘ, ଲୋଧା ଚୁଆ,ରଣପୁରର ସଂପାଦକ ହୃଷି କେଶ ନାୟକ ଉପସ୍ଥିତ ରହି ନିଜର ସୁଚିନ୍ତି ମତାମତ ଗୃହରେ ଉପସ୍ଥାପନ କରିଥିଲେ । ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଆୟ ଉପରେ ଅତିରିକ୍ତ ଜିଲ୍ଲାପାଳ ବିଶେଷ ଗୁରୁତ୍ଵ ଆରୋପ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।