ଜିଲ୍ଲା ସ୍ତରୀୟ ଦୁର୍ନିତି ନିବାରଣ ସଚେତନା ସପ୍ତାହ ପାଳିତ

ନୟାଗଡ ଜିଲ୍ଲା ପରିଷଦ ସୃଜନ ଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନିତି ନିବାରଣ ସଚେତନା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ସଚେତନା ସପ୍ତାହ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ୍‌ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଭୁବନେଶ୍ଵର ଭିଜିଲାନ୍ସ ଏସପି ଅନୁପମା ଜେଣ୍ଟ ଓ ନୟାଗଡ଼ ଭିଜିଲାନ୍ସ ଡ଼ିଏସପି ପ୍ରତ୍ୟୁଷ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଏକ ଶପଥ ପାଠ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଜୀବନର ପ୍ରଥମ କ୍ଷେତ୍ରରେ ସ୍ଵଚ୍ଛତତା ଏବଂ ଆଇନୀର ଶାସନକୁ ଅନୁପାଳନ କରିବି । ଉତ୍କୋଚ ନେବି ନାହିଁ କିମ୍ଵା ଦେବି ନାହିଁ । ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପ ସମ୍ପାଦନ କରିବି । ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବି । ନିଜ ବ୍ୟକ୍ତି ଗତ ଆଚରଣରେ ଦୃଷ୍ଟାନ୍ତ ମୁଳକ ସାଧୁତା ବଜାୟ ରଖି ଉଦାହରଣ ହେବି ଏବଂ ଦୁର୍ନିତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତୁପକ୍ଷଙ୍କ ଅବଗତ କରାଇବି । ଏହି ପରି ଭାବେ ସମସ୍ତେ ଏହି କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧୀକ୍ଷ ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନା କରାଇବା ପାଇଁ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ଦୁର୍ନିତିକୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭିଜିଲାନ୍ସ ଏସପି ଜନସାଧାରଣ ଚାହିଁଲେ ଦୁର୍ନିତ ହେବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ ।

ଏଥି ସହିତ ଲାଞ୍ଚ ନେଉଥିବା ବ୍ୟକ୍ତି ବା ସରକାରୀ କର୍ମଚାର ଧରାପଡିବା ପରେ ବିଭିନ୍ନ ଅସୁବିଧା ସମୁଖିନ ହେଉଛନ୍ତି । ଏପରିକି ଜେଲ ଯିବା ଠାରୁ ଆରମ୍ଭ କରି ସେମାନଙ୍କର ଆକାଉଣ୍ଟକୁ ସିଜ୍ କରାଯାଉଛି ।ତଥାପି ଲୋକମାନେ ସୁଧୁରୁ ନଥିବାରୁ ସେକ୍ଷୋଭ ପ୍ରକାଶ କରିଥିଲେ,

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ ଦିନକୁ ଦିନ କିପରି ଦୁର୍ନୀତି ହ୍ରାସ ପାଇବ ସେଥି ନିମନ୍ତେ ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇ ଥିଲେ, ଏହି ଅବସରରେ ବିଭିର୍ନପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା, ଓଡ଼ିଆ ଡିବେଟପ୍ରତିଯୋଗିତା ରେ ଅନୁଷ୍କା ପାଢ଼ୀ, ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,

You might also like