ଜିଲ୍ଲା ସ୍ତରୀୟ ପଦଯାତ୍ରା

ଜିଲ୍ଲା ସ୍ତରୀୟ ପଦଯାତ୍ରା ଅନୁଷ୍ଠିତ, ଆଜି9ଘଟିକା ସମୟରେ ICDS ଅଫିସ ନୟାଗଡ଼ ଠାରୁ ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ 1994କୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ପଦଯାତ୍ରା ଆରମ୍ଭ ହୋଇ ଜିଲ୍ଲା ପାଳ ଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲା, ଉକ୍ତ ପଦଯାତ୍ରା ରେ ଶତାଧିକ ମହିଳା ଓ ସରକାରୀ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଜିଲାସ୍ତରୀୟ ମହିଳା ସ୍ୱୟଂ ସହାୟକ ସଙ୍ଘ ର ସଭ୍ୟା,ସଖୀ ର କର୍ମଚାରୀ, ଶକ୍ତି ସଦନ କର୍ମଚାରୀ, ଜିଲ୍ଲା ସ୍ତରୀୟ ମହିଳା ସଶକ୍ତି କରଣ ହବ ର କର୍ମଚାରୀ, ମହିଳା ପରିଦର୍ଶିକା ଆଞ୍ଚଲ ପାତ୍ର, ସିଡିପିଓ ସୌଦାମିନୀ ପଣ୍ଡା, ସୁରକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀପ୍ରଧାନ, ଯୋଗ ଦେଇ ଥିଲେ, କନ୍ୟା ସନ୍ତାନ ର ଯତ୍ନ ଓ ସୁରକ୍ଷା ପାଇଁ ବିଭିର୍ନ ସ୍ଲୋଗାନ ଦିଆ ଯାଇଥିଲା,

କନ୍ୟା ସନ୍ତାନ ର ସୁରକ୍ଷା, ନିମନ୍ତେ ଜିଲ୍ଲା ପାଳଙ୍କକାର୍ଯ୍ୟାଳୟ ରୁ ଦୁଇଟି ସଚେତନତା ରଥ କୁ ଅତିରିକ୍ତ ଜିଲାପାଳ ରୋଜିନାଦାସ, ଉପଜିଲ୍ଲାପାଳ କର୍ଣଦେବ ସମାଦାର,, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅର୍ଚନା କହଁର, ପତାକା ପଦର୍ଶନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ, ଦୁଇଟି ସଚେତନତା ରଥ ମଧ୍ୟରୁ ଗୋଟିଏ ନୟାଗଡ଼, ଓଡ଼ଗାଁ, ନୂଆଗାଁ, ଓ ରଣପୁର, ଓ ଅନ୍ୟଟି ଭାପୁର, ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା, ବ୍ଲକ ପରିକ୍ରମା କରି କନ୍ୟା ସନ୍ତାନ ର ଯତ୍ନ, ଓ ସୁରକ୍ଷା, ଓ ଭ୍ରୁଣ ହତ୍ୟା ନିରୋଧ ନିୟମ ଅଧି ନିୟମ ବାବଦ ରେ ବାର୍ତା ପ୍ରଚାର ଓ ପ୍ରସାର କରିବ

You might also like