ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ମାସ ପାଳନ

ଜିଲ୍ଲା ପରିଷଦରେ ଥିବା ଜିଲ୍ଲା ପଞ୍ଚାୟତ ସମ୍ବଳ କକ୍ଷ ଗୃହରେ । (ଡ଼ିପିଆରସି) ଜିଲ୍ଲା ସ୍ତରୀୟ ପୋଷ୍ୟସନ୍ତାନ ଆଧିନିୟମ -୨୦୨୨ ଶୀର୍ଷକ ଏକ ସଚେତନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷ୍ୟ ସନ୍ତାନ ସଚେତନା ରଥକୁ ଉଦଘାଟନ କରିଥିଲେ । ଦୀର୍ଘ ସାତଦିନ ଧରି ଏହି ରଥ ବିଭିନ୍ନ ବ୍ଲକ ଓ ଗ୍ରାମ ରେ ପରିକ୍ରମାକରି ପୋଷ୍ୟ ସନ୍ତାନ ସମ୍ପର୍କରେ ସଚେତନତା ବାର୍ତ୍ତା ବହନ କରିବ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ।

(ସାରା) ଶୁଭଦର୍ଶୀ ଦାସ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ପୋଷ୍ୟ ସନ୍ତାନ ଆଧିନିୟମ -୨୦୨୨ ବିଷୟରେ ତାଲିମ ଦେଇଥିଲେ । ସାଧାରଣ ଲୋକଟିଏ କିଭଳି ପୋଷ୍ୟସନ୍ତାନ ନିମିତ୍ତ ଦରଖାସ୍ତଟିକୁ ( କାରା) ୱେସବସାଇଡ଼ ( Cara.wcd. nic. in) ରେ ଦରଖାସ୍ତ କରିପାରିବ ତାର ସରଳୀକରଣ ପ୍ରକ୍ରିୟା ବୁଝାଇଥିଲେ । ଅନାଥ, ପରିତ୍ୟକ୍ତ ଓ ତ୍ୟାଗ କରିବା ଶିଶୁ ଜିଲ୍ଲା ରେ ଥିବା ପୋଷ୍ୟ ସନ୍ତାନ କେନ୍ଦ୍ରରେ ଅବସ୍ଥାପିତ କରି ସେମାନଙ୍କୁ ସେମାନଙ୍କର ପରିଚୟ ସହିତ ଏକ ନୂତନ ପରିବାର ଦେବା ଏହି ବିଷୟରେ ମୂଳ ଲକ୍ଷ୍ୟ । ଶିଶୁ ମଙ୍ଗଲ ସମିତି ର ସଦସ୍ୟା / ସଦସ୍ୟ ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମାଜଦେବୀ ଅରୁଣ କୁମାର ମହାନ୍ତି (ନିଶ୍ୱାର୍ଥ), ଜିଲ୍ଲା ସମାଜ ମଙ୍ଗଲ ଅଧିକାରିଣୀ ଅର୍ଛନା କହଁର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଅତିଥି ରୂପେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ସତ୍ୟରଞ୍ଜନ ଦାସ ସଭା କାର୍ଯ୍ୟକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଆଲୋଚ୍ୟ ବିଷୟ ବସ୍ତୁରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ରେ ଥିବା ସମସ୍ତ ନରସିଂହୋମ ର ପରିଚାଳକ, ସମସ୍ତ ସିଡିପି ଓ ,ସୁପରଭାଇଜର, ଶିଶୁ ପରିଚର୍ଯ୍ୟା ଓ ସ୍ୱନ୍ତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର କର୍ମ କର୍ତ୍ତା , ଜିଲ୍ଲା ସ୍ତରୀୟ ଅଫିସର ଓ ବିଭିନ୍ନଏନଜିଓ ର କର୍ମକର୍ତା ଏହିଭଳି ଭାବେ ରେ ସମୁଦାୟ 70ଜଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ, ଶିଶୁ ସୁରକ୍ଷା ର ୟୁନିଟ ନୟାଗଡ଼ ର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ପରିଶେଷରେ ଶ୍ରୀମତୀ ଶୈଳବାଳା ଦାସ ସଭାପତି ଙ୍କ ଅନୁମତି ନେଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ,

You might also like