ଜିଲ୍ଲା ସ୍ତରୀୟ ବିକାଶ ମେଳା

ନୟାଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା ଷ୍ଟାଡିଅମ ପଡିଆ ରେ ଉଦଘାଟିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ କୁମାର ବଳସାମନ୍ତ ସଂମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପସ୍ଥିତ ରହିଥିଲେ, ନୟାଗଡ଼ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ଦେବଦତ ପଣ୍ଡା,ନୟାଗଡ଼, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ, ଜିଲାପାଳ ସ୍ୱାଗତ ଅଭିଭାଷଣ ପୂର୍ବକ ନୟାଗଡ଼ ଜିଲ୍ଲା ରେ ରାଜ୍ୟ ସରକାର ଙ୍କ ଦ୍ୱାରା ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପ୍ରାପ୍ତ ହେବ ନୟାଗଡ଼ ଜିଲ୍ଲା ବାସୀ ଙ୍କ ପାଇଁ ଏକ ବଡ ପଦକ୍ଷେପ ବୋଲି କହିଥିଲେ, ଏହା ସହିତ ଜିଲ୍ଲା ରେ 3.5ଲକ୍ଷ ହିତାଧିକାରୀ ଶୁଭ ଦ୍ରା ଯୋଜନାରେ ଉପକୃତ ହେବେ ବୋଲି ସୂଚନା ଦେଇ ଥିଲେ, ସରକାରଙ୍କ ବିଭିର୍ନ ଜନ ହିତକର ଯୋଜନା ସମ୍ପର୍କ ରେ ଜିଲାପାଳ ସୂଚନା ପ୍ରଦାନ କରିଥିଲେ,

ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତ କାରି ବଜେଟ ସମ୍ପର୍କ ରେ ଆଲୋକ ପାତ କରିବାସହ ନୟାଗଡ଼ ପାଇଁ ଚିନି ଶିଳ୍ପ ଆବଶ୍ୟକତା ସମ୍ପର୍କ ରେ ଆଲୋଚନ କରିଥିଲେ, ସମବାୟ ମନ୍ତ୍ରୀ 6ମାସ ମଧ୍ୟରେ ଚିନି ଶିଳ୍ପ ଚଳାଇବା ପାଇଁ ପ୍ରତିଶୃତି ଦେବାକୁ ସେ ଆହ୍ୱାନ ଦେଇ ଥିଲେ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମନ୍ତ ତାଙ୍କ ବକ୍ତବ୍ୟ ରେ ରାଜ୍ୟ ସରକାର ଙ୍କ ଦ୍ୱାରା ଶ୍ରୀ ମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲା ଯାଇ ଗଣତି ହେବା, ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା, ସୂର୍ଯ୍ୟ ଘର ଯୋଜନା ପାଇଁ ବ୍ୟୟ ବରାଦ ହେବା, ଓ ରାଜ୍ୟ ରେ 2ଟି ବନ୍ଦେ ଭାରତ ଟ୍ରେନ ଚାଲିବା ଉପରେ ବକ୍ତବ୍ୟ ରଖିଥିଲେ, ଏହି ଅବସର ରେ ବିଭିର୍ନ ବ୍ଲକ ର ଶୁଭଦ୍ରା ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା, 9ଟି ଗ୍ରାମକୁ ଗୋଷ୍ଠୀ ଜଙ୍ଗଲ ଅଧିକାରପଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି

You might also like