ଜିଲ୍ଲା ସ୍ତରୀୟ “ଭାରତ କୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

ନୟାଗଡ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭାରତ ବିକାସ ପରିଷଦ, ନବଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ “ଭାରତ କୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ, ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟ, ସଂସ୍କାର ସଚିବ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ କନିଷ୍ଠ ବର୍ଗ ରେ ୧୩ ଟି ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ ୧୭ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ l


କନିଷ୍ଠ ବର୍ଗ ପ୍ରତିଯୋଗିତା ପରିଚାଳନା କରିଥିଲେ ସଦସ୍ୟା ଶ୍ରୀମତୀ ଝିଲିମିଲି ସାହୁ ଓ ବରିଷ୍ଠ ବର୍ଗ ଅଧ୍ୟାପକ ଶ୍ରୀ ଅଜୟ କୁମାର ପଟ୍ଟନାୟକ l ଏଥିରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ମହର୍ଷି ବିଦ୍ୟାମନ୍ଦିର, ନୟାଗଡ, ଦ୍ୱିତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ଓ ତୃତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ ବିଜୟୀ ଲାଭ କରିଥିବା ବେଳେ ବରିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ରେ ମହର୍ଷି ବିଦ୍ୟାଳୟ,
ନୟାଗଡ, ଦ୍ୱିତୀୟ ସ୍ଥାନ ବିଜ୍ଞାପିତ ଅଞ୍ଚଳ ଉଚ୍ଚବିଦ୍ୟାଳୟ, ନୟାଗଡ ଓ ତୃତୀୟ ସ୍ଥାନ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ବିଜୟୀ ହୋଇଥିଲେ I ଭାରତ ବିକାଶ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି , ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ୍ତ କୁମାର ସାହୁ, ଲକ୍ଷ୍ମୀକାନ୍ତ ଦାଶ , ଗୋବିନ୍ଦ ଚନ୍ଦ୍ର ସାହୁ,ଡ.ସୁକାନ୍ତି ପ୍ରଧାନ , ସନ୍ତୋଷ ସାହୁ , ଚନ୍ଦ୍ର ବିଜୟୀ ମିଶ୍ର , ପ୍ରଦୀପ୍ତ କୁମାର ପୃଷ୍ଟୀ ଓ କାମାକ୍ଷI ପ୍ରସାଦ ଦାଶ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇପାରିଛି I

You might also like