ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଜନନ, ପ୍ରସବ କାଳୀନ ମାତୃ ଓ ନବଜାତ ଶିଶୁ ଯତ୍ନ, କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କିପରି ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ପ୍ରମୁଖ ଭାବେ ପ୍ରଭାବିତ କରିଥାଏ ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମଗୁଡିକର ଜିଲ୍ଲା ସ୍ୱାସ୍ଥ୍ୟ ସୂଚକାଙ୍କ ଆକଳନ ଆଧାରରେ ସମସ୍ୟାଗୁଡିକୁ ଚିହ୍ନଟ କରି ସ୍ୱାସ୍ଥ୍ୟସେବା ଉପରେ ଉନ୍ନତି ଆଣିବାକୁ ନିର୍ଦେଶ ଦେଇଥିଲେ ।

ଏହି ସଭାରେ ବିଭିନ୍ନ ଗୁଣାତ୍ମକ ନିଶ୍ଚିତତା କାର୍ଯ୍ୟକଳାପ ଏବଂ ଏହାର ଅଗ୍ରଗତି ଉପରେ ବିଶ୍ଳେଷଣ କରିଥିଲେ । ବିଭିନ୍ନ ଗୁଣବତ୍ତାମାନର ସ୍ତର, ପରିଷ୍କାର ପରିଚ୍ଛନ୍ନତା, ସବୁଜ ସୁନ୍ଦର ଡାକ୍ତରଖାନାର ଆବଶ୍ୟକତା ସହିତ ଡାକ୍ତରଖାନାର ସୀମା ବାହାରେ ଗୋଷ୍ଠୀ ସହଯୋଗିତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଖାନାର ବର୍ଜ୍ୟବସ୍ତୁର ସଠିକ ପରିଚାଳନାକୁ ପ୍ରାଧାନ୍ୟ ଦେଲେଯାଇ ଚିକିତ୍ସାଜନିତ ସଂକ୍ରମଣକୁ କମକରାଯାଇ ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ବୁଝାଇ ଥିଲେ ।
ପୁନଶ୍ଚ ଗର୍ଭ ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ସମୀକ୍ଷାକରି ତୁରନ୍ତ ପଞ୍ଜୀକୃତ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତାଗୁଡ଼ିକୁ ତହସିଲଦାରମାନଙ୍କ ଯାଞ୍ଚ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ, ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଏଏନଏମ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।