ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକପରାମର୍ଶ ସମିତିର ସମୀକ୍ଷା ବୈଠକ

ଜିଲ୍ଲାପାଳ ତଥା ଜିଲ୍ଲା ଉପଯୁକ୍ତ ପ୍ରାଧିକାରୀ ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭ ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଗଲା ।

ଅଲଟ୍ରାସାଉଣ୍ଡ ସେଣ୍ଟର ସ୍ଥାପନ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କିତ ସମ୍ପୂର୍ଣ ଭାବେ ପ୍ରମାଣପତ୍ର ସବୁକୁ ଯାଞ୍ଚ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ନିୟମ ଉଲ୍ଲଂଘନ କରନ୍ତି ତେବେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ପ୍ରସ୍ତାବ ଅନୁସାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପରାମର୍ଶଦାତା ସୋନୋଲୋଜିଷ୍ଟ ଡାକ୍ତର ତ୍ରିନାଥ ପ୍ରଧାନଙ୍କୁ ସେବା ପ୍ରଦାନ ଆଗାମୀ ଆଦେଶ ପରେ କାର୍ଯ୍ୟ ନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ଏହି ବୈଠକରେ ଡିଏସପି ହେମନ୍ତ ରାଓ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଭାଷ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।ଜିଲ୍ଲା ଗୁଣବତ୍ତା ତଦାରଖ କମିଟି ବୈଠକଏହି ବୈଠକରେ ନୟାଗଡ ଜିଲ୍ଲାର ଏନକ୍ୟୁଆସ ଏବଂ କାୟକଳ୍ପ କାର୍ଯକ୍ରମ ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ର ବିଭିନ୍ନ ଗୁଣଭୀତିକ ଟାର୍ଗେଟ ଅନୁଷ୍ଠାନ ଗୁଡିଆକ ବିଷୟରେ ଆଲୋଚନା କରାଗଲା, ସେଥୀ ମଧ୍ୟରୁ ୧୫ ଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ୨୨ ଟି ଉପ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଆଲୋଚନା କରାଯାଇଥିଲା, ଜିଲ୍ଲାପାଳ ଏହି ଅନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଥିଲେ, ସେ ଏହି ଅନୁଷ୍ଠାନ ଗୁଡିକୁ ଗୁଣଭୀତିକ ପ୍ରମାଣ ପତ୍ର ପାଇବା ପାଇଁ ଚେଷ୍ଟା କରିବା ପାଇଁ କହିଥିଲେ। ଜିଲ୍ଲାର କାୟକଳ୍ପ ସଫଳତା ଉପରେ ଆଲୋଚନା କରୁଥିଲେ ଓ ସମସ୍ତ ହସପିଟାଲ ଗୁଡିକୁ କାୟକଳ୍ପ ପାଇବା ପାଇଁ ନିର୍ଦେଶ ଦେଇଥିଲେ, ଏହା ବ୍ୟତୀତ ଦଶପଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରସୂତୀ ଗୃହ ଓ ଅସ୍ତ୍ରୋପଚାର ଗୃହର ଗୁଣାତ୍ମକ ମାନ ବୃଦ୍ଧି ପାଇବା ଦିଗରେ ଲକ୍ଷ୍ୟ ପ୍ରମାଣ ପତ୍ର ହାସଲ ଦିଗରେ ମଧ୍ୟ ନିର୍ଦେଶ ଦେଇଥିଲେ ।

You might also like