ଜୁଆ ଆଡ୍ଡାରେ ଚଢ଼ାଉ, ୫ଜୁଆଡି ଗିରଫ।

ଓଡ଼ଗାଁ:- ଶନିବାର ବିଳମ୍ବିତ ରାତିରେ ଓଡ଼ଗାଁ ଆଦର୍ଶ ଥାନା ପୁଲିସ୍ ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗ୍ରାମର କେନାଲ୍ ବନ୍ଧ ନିକଟସ୍ଥ ଜୁଆ ଆଡ୍ଡାରେ ଅତର୍କିତ ଚଢାଉ କରି ୫ ଜୁଆଡିଙ୍କୁ କାବୁ କରିବା ସହିତ ୪ହଜାର ୪ଶହ ୬୦ ଟଙ୍କା, ଦୁଇଟି ବାଇକ୍ , ୪ଟି ମୋବାଇଲ, ୮ ପ୍ୟାକେଟ୍ ତାସ୍, ସିଗାରେଟ୍, ଗୁଟକା ଆଜି ଜବତ୍ କରିଥିଲେ।

କାବୁ କରିଥିବା ସମସ୍ତ ଅଭିଯୁକ୍ତ ଙ୍କୁ ପୋଲିସ୍ ଗିରଫ କରିବା ସହ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମହେଶ୍ୱରପୁର ଗ୍ରାମର ବିବେକାନନ୍ଦ ପ୍ରଧାନ (୨୦), ପି. ପଣ୍ଡା (୪୦), ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଇରାଣିର ମାଗୁଣି ବେହେରା(୨୪), ଜଗନ୍ନାଥପ୍ରସାଦ ଥାନା ଚଢୟାପଲ୍ଲୀର ଲୋଚନ ବେହେରା (୩୧), ରମ୍ଭା ଥାନା ହୁମାର ଜିତେନ୍ଦ୍ର ନାୟକ(୩୭)। ଏସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଓଡ଼ଗାଁ ପୋଲିସ୍ ୨୫୮/୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛି।

You might also like