Skip to content

ଜୟ ଜଗନ୍ନାଥ ଖବର କାଗଜ ବିତରକ ସଂଘର ବୈଠକ,ନୟାଗଡ଼ ଜିଲ୍ଲା ସମ୍ବାଦ ପ୍ରତିନିଧିଙ୍କୁ କଲେ ସମ୍ବର୍ଦ୍ଧିତ

ନୟାଗଡ଼ ଜୟ ଜଗନ୍ନାଥ ଖବର କାଗଜ ବିତରକ ସଂଘ ପକ୍ଷରୁ ଆଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କାଶିନାଥ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଜୁ ଶ୍ରମିକ ସାମୁକ୍ଷ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ସଂଘର ସାଙ୍ଗଠନିକ ଉପରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ଖବର କାଗଜ ବିତରକ ମାନଙ୍କୁ ଅଣ ସଙ୍ଗଠିକ ଶ୍ରମିକ ପରିଚୟ ପତ୍ର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଉକ୍ତ ବୈଠକରେ ସାଧୁବାଦ ଜଣାଇଥିଲେ ।

ସମ୍ପାଦକ ବୈକୁଣ୍ଠ ନାୟକ ସାଙ୍ଗଠନିକ ଆଲୋଚନା କରି ଆଗାମୀ ଦିନରେ ସଂଘ କିପରି ରେଜିଷ୍ଟ୍ରେସନ ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସମସ୍ତ ଆୟ ବ୍ୟୟର ହିସାବ ରଖିଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲା ସମ୍ବାଦ ଖବର କାଗଜରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ପ୍ରତିନିଧି ସନ୍ଦିପ କୁମାର ଲେଙ୍କାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଯାଇ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1