ଝିମିଟ ଖେଳରୁ ମହାଭାରତ,କୁମ୍ଭାରପଡା ରେ ଗୋଷ୍ଠି ସଙ୍ଘର୍ଷ, ବୋମା ମାଡ଼ ଓ ଠେଙ୍ଗା ପାହାରରେ 14ଆହାତ

ଗଣିଆ ନିକଟସ୍ଥ କୁମ୍ଭାରପଡ଼ା ଗ୍ରାମରେ ଗତକାଲି ରାତିରେ ପୁର୍ବ ଶତ୍ରୁତା ରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତ ପଞ୍ଚାୟତ ନିର୍ବାଚନରେ ଗାଁ ର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ମଝିରେ ମଝିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୁଏ । ମାତ୍ର ଗତକାଲି ଶନିବାର ରାତି ୧୦ଟା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ମାରପିଟ୍ ହୋଇଥିଲେ ଏବଂ ବୋମାମାଡ ହୋଇଥିବା ଜଣାପଡିଛି। ଏଥିରେ ଉଭୟ ପକ୍ଷର ୧୪ ଜଣ ଆହତ ହୋଇଛନ୍ତି।

ସମସ୍ତଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ରଞ୍ଜିତ କୁମାର ନାଏକ ଓ ନରେନ୍ଦ୍ର ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ଆହତମାନେ ଶତୃଘନ ନାଏକ,କଲରା ନାଏକ, ଦୁଃଶାସନ ନାଏକ,ସୈ।ଦାମିନି ନାଏକ, ସବିତା ନାଏକ, ଅର୍ଜୁନ ନାଏକ, ସୁଷମା ନାଏକ,,ଦିପୁନା ନାଏକ, ଆଲୋକ ନାଏକ,ଗୈ।ରାଙ୍ଗ ନାଏକ, ବିଭୁତି ନାଏକ ଓ ସନ୍ତୋଷ ନାଏକ ଗଣିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

You might also like