ଝୁମାଇଲେ ଇରା ମହାନ୍ତି

ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ କମିଟି ତରଫରୁ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ” ବୋଇତ ବନ୍ଦାଣ ଯାତ୍ରା ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ରକ୍ ଡ୍ୟାନ୍ସ ଗୃପ ତରଫରୁ ସ୍ଥାନୀୟ କଳାକାର ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ ପରେ ଉପେନ୍ଦ୍ର ଭଞ୍ଜ ଲୋକ ନୃତ୍ୟ ପରିଷଦ ନୃତ୍ୟ ପରିବେଷଣ କରିଥିଲେ । ରାତି ୯ଟାରୁ ମେଲୋଡି ସୁର୍ ତରଙ୍ଗ ଭୁବନେଶ୍ଵର ତରଫରୁ ସଙ୍ଗୀତ ପରିବେଷଣ କରାଯାଇଥିଲା ଓଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଦର୍ଶକ ଝୁମାଇଥିଲେ ।

ଏଥି ସହିତ ପ୍ରଦୀପ ଦଳେଇ, ଚମେଲି , ସୌମ୍ୟା ପ୍ରମୁଖ ବିଭିନ୍ନ ଗୀତ ଗାଇଥିଲେ । ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ଡା, ନୟାଗଡ଼ ପଞ୍ଚାୟତ ସମିତି ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ମୁନିସିପାଲିଟି ଅଧକ୍ଷା ନିରୂପମା ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

You might also like