ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକ ରେ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ଉଦଘାଟନ ହୋଇଛି, ଏହା ସହିତ ବାହାଡା ଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ରୂପାନ୍ତରିତ ନୟାଗଡ଼ ମଣ୍ଡି, ପୌର ପରିଷଦଦ୍ୱାରା ନିର୍ମିତ ଅତ୍ୟାଧୁନିକ ମାଛ ମାର୍କେଟ ଉଦଘାଟିତ ହୋଇଛି, ନୟାଗଡ଼ ବିଧାୟକ ଡ଼ ଅରୁଣକୁମାରସାହୁ ପୌର ପରିଷଦ ଅଧକ୍ଷା, ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ପ୍ରମୁଖ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି,

ଏହି ଅବସରରେ ନୟାଗଡ଼ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ସଭାରେ ବିଧାୟକ ନୟାଗଡ଼ ଟ୍ରାଫିକ ସମସ୍ୟା ଉପରେ ଆଲୋକପାତ କରିବାଶହ ଟ୍ରାଫିକ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କ ରେ ଅବଗତ କରିଥିଲେ ଓ ବିଗତ ଦିନ ର ନୟାଗଡ଼ ଆଜି ର ନୟାଗଡ଼ ବିଷୟ ରେ କହିଥିଲେ,

ଏହି ଅବସରରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ ପାଇଁ ବିଧାୟକ ଅରୁଣଙ୍କ ନିଷ୍ଠା, ଏବଂ ପରିଶ୍ରମ ବିଷୟ ରେ ଆଲୋଚନା କରିଥିଲେ, ଏଥି ସହିତ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ମାଛ ମାର୍କେଟ କୁ ଲୋକାର୍ପିତ କରିଛନ୍ତି,3କୋଟି 22ଲକ୍ଷ ଟଙ୍କା ରେ ଏହା ନିର୍ମିତ ହୋଇଛି,

ଏହା ଲୋକାର୍ପିତ ହୋଇଥିବା ବେଳେ ପୌର ପରିଷଦ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେଉ ବୋଲି ବିଧାୟକ ପରାମର୍ଶ ଦେଇ ଥିଲେ, ଏଥିସହ ନୟାଗଡ଼ ମଣ୍ଡି କୁ ବିଧାୟକ ଲୋକାର୍ପିତ କରିଥିଲେ, ଉକ୍ତ ସ୍ଥାନ ରେ17ଲକ୍ଷ ଟଙ୍କା ବ୍ୟୟ ରେ 10ମେଟ୍ରିକ ଟନ ଏକ ଶୀତଳ ଭଣ୍ଡାର ଲୋକାର୍ପିତ ହୋଇଛି, ନୟାଗଡ଼ ସହର ର ବୁଦ୍ଧି ଜୀବି ବରିଷ୍ଠ ନାଗରିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ,
