ଡ଼ଃ ସୁରେଶ ଚନ୍ଦ୍ର ବରାଡ଼ଙ୍କ ୩୬ ତମ ପୁସ୍ତକ ଲୋକାର୍ପିତ

ଓଡ଼ଗାଁ. ତା ୨୫-୦୩-୨୪ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ହରିହରପୁର ଗ୍ରାମର ଶିକ୍ଷକ କବି ଲେଖକ ଡ଼ଃ ସୁରେଶ ଚନ୍ଦ୍ର ବରାଡ଼ ଙ୍କ ୩୬ତମ ପୁସ୍ତକ ଶ୍ରୀ ଜଗନ୍ନାଥ ବେଶ ପରମ୍ପରା ଏକ ଅଧ୍ୟୟନ ଅତିଥିମାନଙ୍କ ଦ୍ୱାରା ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି ।ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ଗୋବିନ୍ଦ ଚନ୍ଦ୍ର ଦାଶ ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ନୟାଗଡ଼ ସ୍ୱଂୟଶାସିତ ମହାବିଦ୍ୟାଳୟ,ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ଜମିଶ୍ର,ଦୀନବନ୍ଧୁ ମହାପାତ୍ର,ଜୟକୃଷ୍ଣ ସାହୂ, ଦିଲୀପ କୁମାର ମିଶ୍ର, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଲ ଗୋଦାବରୀ ବସନ୍ତିଆ,ପ୍ରବଚକ ତଥା କବି କୁସୁମ ନିରାକାର ସ୍ୱାଇଁ,ଯୁବ ସଂଯୋଜକ ନୀଳମାଧଵ ମିଶ୍ର ପ୍ରଭୁତିଙ୍କ କରକମଳରେ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।

ଡ଼ଃ ସୁରେଶ ଚନ୍ଦ୍ର ବରାଡ଼ ଙ୍କ ପୁସ୍ତକ ଗୁଡିକ ବୈଷ୍ଣବ,ଶୈବ ,ଶାକ୍ତ ଓ ସନାତନ ଧର୍ମ ଉପରେ ପର୍ଯ୍ୟବେସିତ ଏକ ଏକ ଅମୂଲ୍ୟ କାବ୍ୟ ଗ୍ରନ୍ଥ ।ଏତଦ୍ବ୍ୟତୀତ ଡ଼ଃ ବରାଡ଼ ବିଭିନ୍ନ ନଦୀ,ପର୍ବତ,ଗ୍ରାମର ଉତ୍ପତି ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ପ୍ରଦାନ ସହିତ ପୁସ୍ତକମାନ ରଚନା କରି ପ୍ରକାଶିତ କରିଛନ୍ତି ।ଡ଼ଃ ବରାଡ଼ ଜଗନ୍ନାଥଃଧର୍ମାବଲମ୍ବୀ ଚାରଣ ଗୋଷ୍ଠୀ ର ପ୍ରାଦେଶିକ କର୍ମକର୍ତା ସହିତ ଜଣେ ବିଚକ୍ଷଣ ପ୍ରବଚକ ଓ ଗବେଷକ ଅଟନ୍ତି ।ଶତାଧିକ ପୁସ୍ତକ ଲେଖିଥିଲେ ମଧ୍ୟ ସେଥିମଧ୍ୟରୁ କପିଳ ସଂହିତା,ହନୁମାନ ଚରିତ।ମୃତ,କବିତା ଅଷ୍ଟତର, ଜୀବନ ବିଚିତ୍ରା,ଭକ୍ତି ଅର୍ଘ୍ୟ,ଲଡୁବାବା ସ୍ରୋତମ।ଳ।,କୁସୁମୀ ପ୍ରଭୁତି ୩୬ଟି ପୁସ୍ତକ ପ୍ରକାଶିତ ହୋଇପାରିଛି ।

You might also like