ଡିସେମ୍ବର ୨୭ରୁ ଜିଲ୍ଲାରେ ଧାନକିଣା ଆରମ୍ଭ

ନୟାଗଡ଼ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ବିଜେନ୍ଦ୍ର ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିଲେ । ଡିଏଲପିସି କମିଟିର ଚାଷୀ ପ୍ରତିନିଧି ଜଗନ୍ନାଥ ପଣ୍ଡାଙ୍କ ବିୟୋଗ ଘଟିଥିବାରୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା I ଚଳିତ ବର୍ଷ ୫୮ ହଜାର ୮୨୧ ଚାଷୀ ପଞ୍ଜିକରଣ କରିଛନ୍ତି । ୯୬ ଜଣ ଚାଷୀଙ୍କର କୌଣସି କାରଣରୁ ପଞ୍ଜିକରଣ ବାଦ ପଡିଥିବା ବେଳେ ୫୮ ହଜାର ୭୨୫ ଜଣ ଚାଷୀ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସାଟେଲାଇଟ ସର୍ଭେ ପରେ କିଛି ବାଦ ପଡିବା ସମ୍ଭାବନା ରହିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଶୋଭରାଜ ସାମନ୍ତରାୟ ସୂଚନା ଦେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ୧୫୩ ପ୍ୟାସ୍କର ୧୬୭ ମଣ୍ଡି କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୂତନ ଭାବେ ଗଠିତ ହୋଇଥିବା ସମବାୟ ସମିତିକୁ ଏଥିରେ ସାମିଲ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ନୂତନ ସମବାୟ ସମିତି କିଭଳି ସାମିଲ ହୋଇପାରିବେ ସେ ନେଇ ଆଲୋଚନା କରାଯିବାକୁ ଜିଲ୍ଲାପାଳ କହିଥିଲେ ।

ଏହି ବୈଠକରେ ଅତିରିକ୍ତ ଯୋଗାଣ ତିଳୋତ୍ତମା ପ୍ରଧାନ, ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ , ଆରଏମସି ସମ୍ପାଦକ ସୁଦାମ ଚରଣ ଜେନା , ନୂତନ ଚାଷୀ ପ୍ରତିନିଧି ସୁରେନ୍ଦ୍ର ନାଥ ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ । ଚାଷୀ ପ୍ରତିନିିଧି ମିଲରଙ୍କ ଦ୍ଵାରା କରାଯାଉଥିବା କଟନୀ ଛଟନୀକୁ ବିରୋଧ କରିଥିଲେ । ବୈଠକରେ ନୟାଗଡ଼ର ସମସ୍ତ ମିଲର ଏବଂ ବୃଦ୍ଧିଜୀବୀ ସାମିଲ ହୋଇଥିଲେ ।

You might also like