ଡ୍ରାଇଭରମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼ ବ୍ଲକର ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡ୍ରାଇଭରମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସା ବିଜ୍ଞାନୀ ଡକ୍ଟର ଶ୍ରୀଲେଖା ମିଶ୍ର ଓ ଶୁଭ୍ର ଜ୍ୟୋତି ଷଡଙ୍ଗୀ ଯୋଗଦେଇ ଟିବି, ଏଚଆଇଭି , ମଧୁମେହ, ହେପାଟାଇଟିସ ଇତ୍ୟାଦି ରୋଗର କାରଣ ଓ ନିରାକରଣ ଉପରେ ସଚେତନ କରାଇଥିଲେ । ଏହି ଶିବିରରେ ୭୦ ଜଣ ଡ୍ରାଇଭରମାନଙ୍କର ଯକ୍ଷ୍ମା ରୋଗ ପାଇଁ କଫ ସଂଗ୍ରହ ଓ ଅନ୍ୟାନ୍ୟ ରୋଗ ପାଇଁ ରକ୍ତ ପରୀକ୍ଷଣ କରାଯାଉଥିଲା । ଓଡ଼ିଶା ଡ୍ରାଇଭର ମହାସଂଘ ନୟାଗଡ଼ ବ୍ଲକର ।

ସଭାପତି ଶିଶିକାନ୍ତ ସାହୁ ଓ ସମ୍ପାଦକ ସୁଶାନ୍ତ କୁମାର ମଙ୍ଗଳ ଉପସ୍ଥିତ ରହି ଡ୍ରାଇଭର ମାନଙ୍କର ପାଇଁ ପ୍ରଭାବଶାଳୀ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ହସ୍ତକ୍ଷେପ ପାଇଁ ପ୍ରୋତ୍ସାହନ କରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୀପକ ଦଳବେହେରା, ସୁଜାତା ପଟ୍ଟନାୟକ, ସୁଶାନ୍ତ ସାହୁ, ଅଶୋକ ନାୟକ, ଦେବାଶିଷ ସିଂ, ଅର୍ଚ୍ଚନା ପଣ୍ଡା, ଦେବାଶିଷ ରାଉତ ଓ ଲିତୁ ମାମା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

You might also like