“ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ” ର ଗ୍ରାଣ୍ଡ ଫାଇନାଲ,ଉଦଯାପିତ

ସୃଜନିକା ଓଡ଼ିଆ ଭାଷା ସାହିତ୍ୟ ଓ ସଂକୃତି ପରିଷଦ ତରଫରୁ ଆୟୋଜିତ ହୋଇ ଆସୁଥିବା ନୃତ୍ୟ ପ୍ରତିଯୋଗିତା ର ଗ୍ରାଣ୍ଡ ଫାଇନାଲ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗୋଲଡେନ ଜୁବୁଲି ହଲ ରେ ଦିବା ୧୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଇରାନୀ ରାୟ ଏବଂ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇଥିଲେ । ବିଚାରକ ଭାବେ ବରିଷ୍ଠ ଓଡିଶୀ ନୃତ୍ୟ ଗୁରୁ ଡ଼. ମନୋରଞ୍ଜନ ପ୍ରଧାନ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନଳିନୀ ନିହାର ନାୟକ, ଚଳଚିତ୍ର ଅଭିନେତ୍ରୀ ଲୀନା ଦାସ ଏବଂ ନମ୍ରତା ସିଂହ ଦେଓ ଯୋଗ ଦେଇଥିଲେ ।

ମୋଟ ୧୩ ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ବଂଶିକା ସାଇ କୃପା (ଖଣ୍ଡପଡା ) ନୟାଗଡ ଡ୍ୟାନ୍ସ ଟପ୍ପର, କରିସ୍ମା ବେହେରା (ନୂଆଗାଁ ) ନୟାଗଡ ଡ୍ୟାନ୍ସ ଦ୍ଵିତୀୟ ଓ ଆର୍ୟାନ ଅର୍ମାନ୍‌ ସାହୁ (ଦଶପଲ୍ଲା) ନୟାଗଡ ଡ୍ୟାନ୍ସ ତୃତୀୟ ରୂପେ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ରଥମ ବିଜେତା ଙ୍କୁ ଟ୍ରଫି ସହ ୧୦ହଜାର ଟଙ୍କା, ଦ୍ୱିତୀୟ ବିଜେତା ଙ୍କୁ ଟ୍ରଫି ସହ ୭ହଜାର ଟଙ୍କା, ଓ ତୃତୀୟ ବିଜେତା ଙ୍କୁ ଟ୍ରଫି ସହ ୫ହଜାର ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନ ନୟାଗଡ଼, ପାଢ଼ୀ ଟ୍ଯୁଟୋରିଆଲ ନୟାଗଡ ଓ ଶ୍ରୀ ରାମ କୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ନୟାଗଡ଼ ସହଯୋଗ କରିଥିଲେ ।

ପରିଷଦ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ, ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ ଓ ପ୍ରତାପ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ । ବିଭିନ୍ନ ବ୍ଲକ୍ ରେ ଅନୁଷ୍ଠିତ ହୋଇଥିବା ନୃତ୍ୟ ପ୍ରତିଯୋଗିତା ରେ ବିଚାରକ ରୂପେ ଥିବା ସମସ୍ତ ବିଚାରକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ଉପସ୍ଥାପକ ଭାବେ ଅଧ୍ୟାପିକା ସ୍ମିତା ସ୍ଵାଇଁ, ଭାବଗ୍ରାହୀ କରିଥିଲେ । ପରିଷଦ ର ସଚିବ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ ।

You might also like