ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ରେ ନୈନା ତନୟା ଡ୍ୟାନ୍ସ ଟପ୍ପର
ନୟାଗଡ ୨୨/୦୯/୨୦୨୫ ନୟାଗଡ ର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ଆନୁକୁଲ୍ୟ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ପୂ୍ର୍ବାହ୍ନ ୯ଘଣ୍ଟା ସମୟରେ ସ୍ଥାନୀୟ ନୀଳମାଧବ ହୋଟେଲ ରେ ଏହା ଅନୁଷ୍ଠିତ ହୋଇଥିଲା । ସେମି ଫାଇନାଲରେ ଥିବା ୨୦ ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ୧୦ ଜଣ ଫାଇନାଲ କୁ ଉନ୍ନୀତ ହୋଇଥିଲେ । ଏବଂ ସେମାନଙ୍କ ମଧ୍ୟରୁ ନୈନା ତନୟା , ସୃଷ୍ଟି ମୟୀ ସାହୁ ଓ ସାଇଶ୍ରୀ ମହାପାତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ । ନୈନା ତନୟା ନୟାଗଡ ଡ୍ୟାନ୍ସ ଟପ୍ପର ଭାବେ ଉନ୍ନୀତ ହୋଇ ଟ୍ରଫି , ପ୍ରଶଂସା ପତ୍ର ଏବଂ ୧୦ ହଜାର ଟଙ୍କା ର ପୁରସ୍କାର ରାଶି ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ। ଦ୍ଵିତୀୟ ବିଜେତା ଙ୍କୁ ୭ ହଜାର ଟଙ୍କା ଟ୍ରଫି ଓ ପ୍ରଶଂସା ପତ୍ର ଏବଂ ତୃତୀୟ ବିଜେତା ଙ୍କୁ ୫ ହଜାର ଟଙ୍କା ଟ୍ରଫି ଏବଂ ପ୍ରଶଂସାପତ୍ର ଅତିଥି ବୃନ୍ଦ ପ୍ରଦାନ କରିଥିଲେ । ଅଧ୍ୟାପିକା ସ୍ମିତା ସ୍ୱାଇଁ, କ୍ଷଣପ୍ରଭା କର ଏବଂ ସୋନାଲି ସୁଚିଶ୍ମିତା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନୟାଗଡ ର କଳା,ସାହିତ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଚାରକ ଭାବେ ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ରାଜ ଅଭିନେତ୍ରୀ ଟିକି ରଥ, ଓ ଗୁଂଜନ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଅତିଥି ସେମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ।ଏସ ଏସ ବି ବଜାଜ ଏହି କାର୍ଯକ୍ରମ କୁ ସହଯୋଗ କରିଥିବା ବେଳେ ସମାଜ ସେବୀ ଶଶଧର ପଣ୍ଡା ଓ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ମଧ୍ୟ ଏହି କାର୍ଯକ୍ରମ କୁ ସଫଳ କରାଇବା ଦିଗରେ ସାହାର୍ଯ୍ୟ କରିଥିଲେ । ସୃଜନିକା ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଏବଂ ସାଗର ଶୂରଦେଓ ଓ ଚିନ୍ମୟୀ ଲୋପାମୁଦ୍ରା କାର୍ଯ୍ୟକ୍ରମ ପରିଚାଳନା ରେ ସାହାର୍ଯ୍ୟ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିବା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ , ଅଧ୍ୟାପକ ଡ଼ ଆଶୁତୋଷ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ର ଙ୍କୁ ମଧ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ ।