ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗତକାଲି ରାତ୍ର 11ଟା ସମୟ ରେ 13ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି, ନୟାଗଡ଼ ଜିଲ୍ଲା ରେ ସଭାପତି ପାଇଁ ନାମାଙ୍କନ କରିଥିବା 3ଜଣ ନେତା ଙ୍କୁ ବାଦ ଦେଇ ପୁନର୍ବାର ଜିଲ୍ଲା ସଭାପତି ଭାବେ ତାପସ ରଞ୍ଜନ ମାର୍ଥା ଙ୍କୁ ଚୟନ କରିଛନ୍ତି, ଜଣେ ଦୃଢ଼ ସଂଗଠକ ଭାବେଜଣାଶୁଣା ତାପସ ଙ୍କଉପରେ ପୁଣି ଦଳ, ଭରଷl ରଖିଛି, ନୟାଗଡ଼ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପଦ ପାଇଁ ଯୁବ ଓ ଦୃଢ଼ ସଂଗଠକ ସନ୍ତୋଷ ପ୍ରଧାନ,ବରିଷ୍ଠ ସଂଗଠକ ଅଶୋକ ମିଶ୍ର ଓ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରିସିଂ ନାମାଙ୍କନ ଦାଖଲ କରିଥିଲେ,ସେମାନଙ୍କୁ ବାଦ ଦିଆ ଯାଇ ତାପସ ଙ୍କୁ ପୁର୍ନବାର ସଭାପତି ଘୋଷଣା କରାଯାଇଛି