ତା୨୩-୦୧-୨୦୨୬ରିଖ ଶୁକ୍ରବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ

ତା୨୩-୦୧-୨୦୨୬ରିଖ ଶୁକ୍ରବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ମାଲ୍ୟାର୍ପଣ ଉତ୍ସବ ଇଟାମାଟି ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠତ ହୋଇଯାଇଅଛି । Give blood save life ଅନୁଷ୍ଠାନର ସଭାପତି ସମାଜସେବୀ ଭାଗିରଥି ବାଇଙ୍କ ଆବାହକତ୍ୱରେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମମତା କୁମାରୀ ତ୍ରିପାଠୀ, ବିଶ୍ଵନାଥ ମହାପାତ୍ର, ଜଗନ୍ନାଥ ଦାସ, ପତକା ସାହୁ,ବଂଶୀଧର ସାହୁ, ସନ୍ତୋଷ ପ୍ରଧାନ, ବାବୁଲ ଦାସ, ଦେବରାଜ ସାହୁ, ନବ କିଶୋର ସାହୁ, ରବୀନ୍ଦ୍ର ପ୍ରଧାନ, ରାକେଶ ଦାସ, ସନାତନ ଲେଙ୍କା ସହିତ ଇଟାମାଟିର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସମସ୍ତେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ।

You might also like