ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, 1215ଟି ମାମଲା ଫଇସଲା

ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ ମତେ ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି, ଉକ୍ତ ଲୋକ ଅଦାଲତ ରେ 5ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତି ପୂରଣ ବାବାଦ କୁ 29,15,000ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ଙ୍କୁ ନିର୍ଦେଶ ଦେଇ ଥିଲେ, 79ଟି ଦେୱାନୀ ମାମଲା, ଏନ ଆଇ ଆକ୍ଟ କେଶ 24ଟି ଫଇସଲା କରାଯାଇ 19,50,000ଟଙ୍କା ଆଦାୟ କରାଯାଇଥିଲା, ତତ ସହିତ 25ଟି ବିବାହ ଜନିତ,, ବ୍ୟାଙ୍କ ରୁ ଋଣ ନେଇ ଋଣ ପରିଶୋଧ କରି ନଥିବା, 101ଜଣ ଋଣ ଗ୍ରହୀତା ଙ୍କ ଠାରୁ, 46,48,358ଟଙ୍କା ଦେବା ପାଇଁ ରାଜିନାମା ସ୍ଵାକ୍ଷରିତ କରାଯାଇଥିଲା, 267ଟି ଫୌଜଦାରି ମାମଲା ଫଇସଲା କରାଯାଇ 10,00,000ଟଙ୍କା ଆଦାୟ କରାଯାଇଥିଲା, 29ଟି ବିଜୁଳି ମାମଲା ଫଇସଲା କରାଯାଇ 3,47,265ଟଙ୍କା ଆଦାୟ କରା ଯାଇଥିଲା,

676ଟି ରାଜସ୍ୱ ମାମଲା ଫଇ ସଲା କରାଯାଇ 72,430ଟଙ୍କା ଆଦାୟ କରାଯାଇଥିଲା, ଓ 3ସାଲିସ ଯୋଗ୍ୟ ଫୌଜ ଦାରି ମାମଲା ଫଇସଲା ହୋଇଥିଲା, ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦନାରାୟଣ ମହାରଣା,, ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀମତୀ ରିଜା ରାୟ, ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ବରିଷ୍ଟ ଦେୱାନୀ ଅଦାଲତ ବିଚାର ପତି, ଏଲ ଆର ଆଣ୍ଡ ଏଲ ଟିଭି ଶ୍ରୀ ରବି ନାରାୟଣ ବେହେରା, ଉପ ଖଣ୍ଡ ଫୌଜ ଦାରି ବିଚାରପତି ସୋନାଲି ସରିତା ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରାଜଜ ମହିଳା ଅଦାଲତ ସ୍ୱୟଂ ପ୍ରଭା ଆଚାର୍ଯ୍ୟ, ଏବଂ ସିଭିଲ କୋଟ ରେଜିଷ୍ଟlର ଡ଼ଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ଚଳିତ ବର୍ଷ ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା 14.12.2024ରିଖ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି, ବୋଲି ପ୍ରlଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ଜନ ସାଧାରଣ ଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଛନ୍ତି

You might also like