ତୋଟାପଡା କୁ ରାଜସ୍ୱ ମାନ୍ୟତା ପ୍ରଦାନ କୁ ବିରୋଧ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ହରିଡ଼ା ବନ୍ଧ ଗ୍ରାମ ର ଅନ୍ୟ ଦୁଇଟି ପଡା ଗ୍ରାମର ମିଶ୍ରଣ ରେ ଗଠିତ ହୋଇଛି, କଇଁଫୁଲିଆ ଏବଂ ତୋଟା ପଡାକୁ ଗଠିତ ହରିଡ଼ା ବନ୍ଧ ମୌଜା ରୁ ଭିର୍ନ ହୋଇ ତୋଟା ପଡା ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଆବେଦନ କରିଛି,

ଏହି ଗ୍ରାମ ପୁନଃଗଠନ ପାଇଁ ପ୍ରସ୍ତୁତ ନକ୍ସା ଅନୁସାରେ ହରିଡ଼ା ବନ୍ଧ ଗ୍ରାମର ଅନେକ ଭୁସମ୍ପତି ତୋଟା ପଡା କୁ ଚାଲି ଯିବାର ଜଣାଯାଇଛି, ଯାହାକୁ ନେଇ ହରିଡ଼ା ବନ୍ଧ ଓ କଇଁ ଫୁଲିଆ ଗ୍ରାମବାସୀ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ କୁ ଆସି ନକ୍ସା ପରିବର୍ତନ କରିବା ପାଇଁ ଦାବି କରିଛନ୍ତି,କଇଁ ଫୁଲିଆ ସାହି ବାସିନ୍ଦା ମଧ୍ୟ ହରିଡ଼ା ବନ୍ଧ ମୌଜା ସହ ରହିବା ପାଇଁ ଜିଲ୍ଲା ପାଳଙ୍କୁ ନିବେଦନ କରିଛନ୍ତି,ଦାବି କୁ ଗୁରୁତ୍ୱ ଦିଆନଗଲେ ବଡ଼ ଧରଣ ର ଜନ ଆନ୍ଦୋଳନ ହେବ ବୋଲି ଗ୍ରାମ ବାସୀ କହିଛନ୍ତି

You might also like