ଥାନା ମାନ୍ୟତା ଦାବିରେ ବାହାଡାଝୋଲା ଅଞ୍ଚଳ ବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳଙ୍କୁଦାବି ପତ୍ର ପ୍ରଦାନ
ସୂଚନା ଅନୁଯାୟୀନୟାଗଡ଼ ଜିଲ୍ଲାଓଡ଼ଗାଁ ଆଦର୍ଶ ଥାନା ଅଧିନସ୍ତଆଦିବାସୀ ହରିଜନ ବହୁଳଅଞ୍ଚଳ ରଜନସାଧାରଣ ଙ୍କ ସୁରକ୍ଷା,ଓ ଆଇନଶୃଙ୍ଖଳାରକ୍ଷା କରିବା ପାଇଁ ଥିବା ବାହାଡା ଝୋଲାଫାଣ୍ଡି କୁ ଥାନା ମାନ୍ୟତାପ୍ରଦାନ ପାଇଁ ଆଜି 11ଘଟିକା ସମୟରେବାହାଡା ଝୋଲା ଅଞ୍ଚଳ ବାସୀ ଜିଲାପାଳଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲାପାଳ ରୋଜିନା ଦାଶ ଙ୍କୁଦାବି ପତ୍ର ପ୍ରଦାନ କରିଛନ୍ତି,ସୂଚନା ମୁତାବକବଣ ପାହାଡ଼ ଘେରା ଆଦିବାସୀହରିଜନ ବହୁଳବାହାଡାଝୋଲା ଅଞ୍ଚଳ ରେଶାନ୍ତି ଶୃଙ୍ଖଳା ରକ୍ଷା ପାଇଁଦେଶ ସ୍ୱାଧୀନ ହେବା ପୂର୍ବ ରୁବ୍ରିଟିଶ ଶାସନ ସମୟ ରୁ1940ମସିହା ରେ ସ୍ଥାପିତ ହୋଇଛି,ବାହାଡା ଝୋଲା ଫାଣ୍ଡି,1940ମସିହା ତା ପରବର୍ତୀସମୟ ରେ ସ୍ଥାପିତ ହୋଇଥିବାଅନେକ ପୋଲିସ ଫାଣ୍ଡି ଥାନା ମାନ୍ୟତା ପାଇସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ବାହାଡା ଝୋଲା ଫାଣ୍ଡିକୁ ଥାନା ମାନ୍ୟତା ମିଳୁନାହିଁ,6ଟି ପଞ୍ଚାୟତ ର ମୋଟ97ରାଜସ୍ୱ ଗ୍ରାମର 50ରୁ ଉର୍ଦ୍ଧଜନ ସାଧାରଣ ଜୀବନ ସୁରକ୍ଷା ପାଇଁଫାଣ୍ଡି ଉପରେ ନିର୍ଭରକରିଥାନ୍ତି,

ଫାଣ୍ଡି ଉପରେ ସମସ୍ତ କାର୍ଯ୍ୟ ନ୍ୟସ୍ତ ଥିବା ବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି, ଫାଣ୍ଡି ଅଧିକାରୀ ସହଯୋଗୀ ଙ୍କୁ ନେଇ କାର୍ଯ୍ୟ କରୁ ଥିବା ବେଳେଅଞ୍ଚଳ ରେ ଗାଡି ଟିଏ ଯୋଗାଇ ଦିଆ ଯାଇଥିଲେବିପେଟ୍ରୋଲିଙ୍ଗ ଠିକ ସେ ହୋଇ ପାରୁନାହିଁ, ତେଣୁ ଜନ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି,ସମସ୍ୟା କୁ ନେଇଫାଣ୍ଡି ପରିସରରେ ଏକ ବୈଠକ ନିରଞ୍ଜନ ସାହୁଙ୍କ ତତ୍ୱାବଧାନ ରେ ହୋଇଥିବା ବେଳେ ଜନ ସାଧାରଣ ଓ ବୁଦ୍ଧି ଜିବି, ମଣ୍ଡଳ ସଭାପତି ଦିଲୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ, ଏଣୁଶାନ୍ତ ପ୍ରିୟ ଅଞ୍ଚଳ ବାସୀଙ୍କ ନ୍ୟାର୍ଯ୍ୟ ଦାବି ନିମନ୍ତେ ବାହାଡା ଝୋଲା ଫାଣ୍ଡି କୁ ଥାନା ମାନ୍ୟତା ପ୍ରଦାନ ନିମନ୍ତେ ଅlନୁସାଙ୍ଗିକକାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଜିଲ୍ଲା ପାଳଙ୍କ ଉଦେଶ୍ୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଅଞ୍ଚଳ ବାସୀ ଉପସ୍ଥିତ ହୋଇ ଜିଲ୍ଲା ପାଳଙ୍କ ଉଦେଶ୍ୟ ରେ ଥାନା ମାନ୍ୟତା ପାଇଁ ଅତିରିକ୍ତ ଜିଲାପାଳରୋଜିନା ଦାଶ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି,ଦାବି ପତ୍ର ପ୍ରଦାନ ବେଳେ ଅଞ୍ଚଳ ବାସୀଙ୍କସହିତ, ପ୍ରଦୀପ୍ତ କୁମାର ସାହୁ, ନିରଞ୍ଜନ ସାହୁ, ବିରଞ୍ଚି ନାରାୟଣ ବେହେରା, ପ୍ରମୋଦ କୁମାର ନାୟକ, ଲୋକ ନାଥ
ମହାପାତ୍ର,ବନ ବାସୀ ମହାକୁଡ଼,ରବୀନ୍ଦ୍ର କୁମାର ସାହୁ,ପ୍ରମୁଖ ଉପସ୍ଥିତ ଥିଲେ