ନୟାଗଡ଼ ଦକ୍ଷୀଣକାଳୀ ପଡ଼ିଆରେ ଆରମ୍ଭ ହୋଇଛି ଦୁଇ ଦିନିଆ ହରେକୃଷ୍ଣ ଉତ୍ସବ । ଇସ୍କନ ପକ୍ଷରୁ ଆୟୋଜିତ ଏହି ହରେକୃଷ୍ଣ ଉତ୍ସବ ଆଜି ଓ କାଲି ପାଳନ କରାଯିବ । ଶ୍ରୀ ଶ୍ରୀମଦ ଗୌର ଗୋବିନ୍ଦ ସ୍ଵାମୀ ଗୁରୁ ମହାରାଜଙ୍କ ୩୦ତମ ତିରୋଦ୍ଭାବ ଉପଲକ୍ଷେ ହରେକୃଷ୍ଣ ଉତ୍ସବ ଅନୁଷ୍ଠିତ ହେଉଛି । ଆଜି ଅପରାହ୍ନରେ ନୟାଗଡ଼ ରୋଟାରୀ କ୍ଲବ ଠାରୁ ମହା ନଗର ସଂକୀର୍ତନ ଆରମ୍ଭ ହୋଇ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଦେଇ ଦକ୍ଷୀଣି କାଳି ପଡ଼ିଆରେ ପହଞ୍ଚିଥିଲା ।ବହୁ ଶ୍ରଦ୍ଧା କୁ ଏଥିରେ ସାମିଲ ହୋଇଥିଲା । ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହେବା ସହିତ ପ୍ରବଚନ କାର୍ଯ୍ୟ ଆରମ୍ଭ ହୋଇଛି ।ଏହି ଉପଲକ୍ଷେ ଭକ୍ତି ରସାତ୍ମକ ନାଟକ ଠାକୁର ହରିଦାସ ନାଟକ ପରିବେଷଣ କରାଯିବ ।