ଦଶପଲ୍ଲାକୁ ଗଡ଼ିବ 4 ଟ୍ରେନ, ସମ୍ପ୍ରସାରଣର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଦଶପଲ୍ଲାକୁ ଗଡ଼ିବ 4 ଟ୍ରେନ । ଆଜି ସମ୍ପ୍ରସାରଣର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ବର -ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ସମ୍ପ୍ରସାରଣ କରାଯିବ । ସେହିପରି ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ଦଶପଲ୍ଲା ଷ୍ଟେସନ ବିଲ୍ଦିଂ ଏବଂ ନବ ନିର୍ମିତ ନୂଆଗାଁ -ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ ହେବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ଠାରେ ରେଳବାଇ କାର୍ଯ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ । 6 ଜାନୁଆରୀ 2024 ରେ ଖଣ୍ଡପଡ଼ା ଠାରେ ଏବଂ 7 ଜାନୁଆରୀ 2024 ରେ ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ ।

ଅଶ୍ୱିନୀ ବୈଷ୍ଣବ 6 ଜାନୁଆରୀ 2024 ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ 4 ଟି ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ।

18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, 08429/08430 ଭୁବନେଶ୍ୱର-ନୂଆଗାଁ ରୋଡ-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, 08423/08424 ପୁରୀ-ନୂଆଗାଁ ରୋଡ-ପୁରୀ ପାସେଞ୍ଜର ସ୍ପେଶାଲ ଏବଂ 08555/08556 ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ ଗୁଡିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ଜାନୁଆରୀ 6 ଅପରାହ୍ନରେ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ଜାନୁଆରୀ 7 ତାରିଖ ଦିନ ଶ୍ରୀ ବୈଷ୍ଣବ ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।

You might also like