ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଦଶପଲ୍ଲାର ଛଅଟି ସ୍କୁଲ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥି ମଧ୍ୟରେ ତିନୋଟି ହାଇସ୍କୁଲ ଥିବା ବେଳେ ତିନୋଟି ଏଲିମେଣ୍ଟାରୀ ସ୍କୁଲ ରହିଛି । ମନୋନୀତ ହାଇସ୍କୁଲ୍ ତିନୋଟି ହେଉଛି ଦଶପଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଭନ୍ନୀତ ଉଚ୍ଚ ବିଦ୍ୟାଳୟ,ନଛିପୁର ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତୁମାଣ୍ଡି । ସେହିଭଳି ମନୋନୀତ ତିନୋଟି ଏଲିମେଣ୍ଟାରୀ ସ୍କୁଲ ହେଲା ଜାମୁସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ପୋଇ ବାଡ଼ି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ବାଣୀ ଗୋଛା ପ୍ରାଥମିକ ବିଦ୍ୟାଳୟ ।ଦଶପଲ୍ଲା ବ୍ଲକର ଏକମାତ୍ର ହାଇସ୍କୁଲ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ , ତୁମାଣ୍ଡିର ଆଲୁମିନି କମିଟି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି ।
ଏଥି ସହିତ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଜାନି ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଧୁଭୂଷଣ ପଣ୍ଡା,ଦଶପଲ୍ଲା ବାଳିକା ହାଇସ୍କୁଲ ଏସଏମସି କମିଟି, ଶିମିଳି ସାହି ଗ୍ରାମପଞ୍ଚାୟତ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବ୍ଲକର ୧୦୧ ଛାତ୍ର ଛାତ୍ରୀଙ୍କୁ ଏକାଡ଼େମିକ୍ ଓ ୫୨ ଛାତ୍ରଛାତ୍ରୀ ଲିଡର ସିପ ଆୱାର୍ଡ଼, ୬ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।